Bajamamu

ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ

ରାଜ୍ୟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ (ମନମଧୁପୁର) ଗ୍ରାମର ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା | ଶାରୀରିକ ଅସୁସ୍ଥତା ହେତୁ ସେ ଚିକିତ୍ସାଧୀନ ଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ତାଙ୍କର ସ୍ବର୍ଗବାସ ହୋଇଥିଲା |

53557d65 7e78 49fc b142 2ba3234f4140

ସ୍ବର୍ଗତ ତ୍ରିପାଠୀ ନିଜର ତବଲା ବାଦନ ପାଇଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିଲେ | ସ୍ଥାନୀୟ ଅଞ୍ଚଳର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ତବଲା ବାଦନ ଦେଖିବାକୁ ମିଳୁଥିଲା | ଏହା ବ୍ୟତୀତ ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ | ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

Shrutilipi ad