ସାଲେପୁର : ଜେ ପି ଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ, କଟକ ଓ ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟ, ପିକୋଳ ଆନୁକୁଲ୍ୟରେ ତଥା ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖା ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ଏହି ଶିବିରରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟ କଟକର ଚିକିତ୍ସକ ଓ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଦୂର ଦୁରାନ୍ତରୁ ଆସିଥିବା ୫୮ଜଣ ବ୍ୟକ୍ତି ବିଶେଷଙ୍କ ଚକ୍ଷୁର ଯଥାରୀତି ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ଔଷଧପତ୍ର ଓ ପରାମର୍ଶ ପ୍ରଦାନ କରିଥିଲେ।
ସେମାନଙ୍କ ମଧ୍ୟରୁ ୧୦ଜଣ ଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୭ଜଣ ଙ୍କୁ ରୋଟାରୀ ଗାଡ଼ିରେ କଟକ ସ୍ଥିତ ଚକ୍ଷୁ ଚିକିତ୍ସାଳୟକୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା। ବାକି ୩ଜଣ ପରଦିନ ଅସ୍ତ୍ରୋପଚାର ଯିବା ପାଇଁ ପ୍ରତିଶୁତି ଦେଇଥିଲେ। ରୋଟାରୀ କଟକର ଉପସଭାପତି ଇ. ଧୀରେନ୍ଦ୍ର ନାଥ ବିଶ୍ବାଳ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତିଙ୍କ ପ୍ରଗାଡ ଉଦ୍ୟମ ଓ ବିଜ୍ଞାନ ପ୍ରଚାର ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତି ଏଵଂ ଉପଦେଷ୍ଟା ଡ. ଉମେଶ ଚନ୍ଦ୍ର ପତି,ବିପିନ ବିହାରୀ କର,ସାରଦା ପ୍ରସାଦ ରଥ,ମହେଶ କର,ଦିବାକର ପ୍ରଧାନ,ପୁରୋସ୍ତମ ବେହେରା, ଓ ଶ୍ରୀକାନ୍ତ କିଶୋର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

