Img 20250913 wa0241

୧୯୮୧ ବ୍ୟାଚ ଗୁରୁ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ 

ରାଜ୍ୟ
ବାରିପଦା –  ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ କୁଜିଡ଼ିହି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟରେ ୧୯୮୧ – ୮୩ ବ୍ୟାଚର ବନ୍ଧୁ ମାନଙ୍କୁ ନେଇ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଯାଇଛି I କମଳ ଲୋଚନ ମହାକୁଡ଼ଙ୍କ ଆବାହନରେ ଆୟୋଜିତ ସଭାରେ ବୈକୁଣ୍ଠନାଥ ସାହୁଙ୍କ ସଭାପତିତ୍ୱ କରିଥିଲେ I ମୁଖ୍ୟ ଅତିଥି ଭାବେ  ସାମ୍ବାଦିକ ସଞ୍ଜୟ ଚୌଧୁରୀ ଓ ସ୍ୱତନ୍ତ୍ର ଅତିଥି ଭାବେ ସୁକାନ୍ତ ଜୀଉ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଶିକ୍ଷକମାନେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି ବୋଲି ପ୍ରକାଶ କରିଥିଲେ I ପ୍ରଶିକ୍ଷଣ ପ୍ରଦାନ କରିଥିବା ତତ୍କାଳୀନ ଗୁରୁ ଦିବାକର ତ୍ରିପାଠୀ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଗଣେଶ ମହାନ୍ତି, ବିଜୟଲକ୍ଷ୍ମୀ ବେହେରାଙ୍କୁ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବନ୍ଦନା କରିବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ମାନେ ଆଶୀର୍ବାଦ ଲାଭ କରିଥିଲେ I ୨୬ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳ ଶେଷରେ କମଳ ଲୋଚନ ମହାକୁଡ଼ ଓ ପରିତୋଷ ଚୌଧୁରୀ ୪୫ ବର୍ଷ ତଳର ଗୁରୁଛାତ୍ର ଜୀବନର ସ୍ମୃତି ଚାରଣ କରିଥିଲେ I କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad