ବାରିପଦା: ଆଜି ତହସିଲଦାରଙ୍କ ସରକାରୀ ବାସଗୃହ ରୁ ନାଗ ସାପ ଏବଂ ଛୁଆ କୁ ସ୍ନେକ ହେଲପ୍ କର୍ମଚାରୀ ଉଦ୍ଧାର କରିଛନ୍ତି ।ସୂଚନାଯୋଗ୍ୟ ତହସିଲଦାର ବିଶ୍ଵନାଥ ଵିଶ୍ବାଳ ଦିର୍ଘ ୩ ମାସ ହେଲା ପ୍ରଶିକ୍ଷଣ ପାଇଁ ଭୁବନେଶ୍ବର ଯାଇଥିଲେ ।ଆସନ୍ତାକାଲି ସେ ନିଜ କାର୍ଯ୍ଯରେ ଯୋଗଦାନ କରିବେ ।ଏଥିପାଇଁ ଆଜି ତହସିଲ ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର ରଞ୍ଜନ ପାତ୍ର,ଏବଂ ସଫେଇ କର୍ମଚାରୀ ତାଙ୍କ ବାସ ଭବନକୁ ଯାଇଥିଲେ । ସଫେଇ କର୍ମଚାରୀ କବାଟ ଖୋଲି ସଫେଇ ପାଇଁ ଉଦ୍ୟମ ହେଉଥିବାବେଳେ ଘର ଭିତରୁ ସୁଁ ସୁଁ ଶବ୍ଦ ଶୁଣି ଡରି ଯାଇଥିଲେ । ପରେ ଡରି ଯାଇ ସ୍ନେହ ହେଲପ୍ ଲାଇନକୁ ଫୋନ କରିଥିଲେ ।ସ୍ନେହ ହେଲପ ଲାଇନ ଚିରଞ୍ଜିବୀ ସିଂ ଘଟଣାସ୍ଥଳରେ ପହଞ୍ଚି ଏକ ନାଗ ସାପ ଏବଂଛୁଆକୁ ଧରି ଦୁବୁଲାଵେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇ ଆସିଥିଲେ ।ଆହୁରି ମଧ୍ୟ ଛୋଟ ସାପ ଛୁଆ ଏବଂ ତାର ମା ଅଛନ୍ତି ବୋଲି ଆଶା କରାଯାଉଛି.

