Img 20250908 wa0230

ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ପାଳନ ଅବସରରେ ବାରିପଦା ଠାରେ  ଜିଲ୍ଲା ସ୍ତରୀୟ ସାଇକେଲ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା – କେନ୍ଦ୍ର ସରକାରଙ୍କ ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ସlଧାରଣ ଲୋକ ଙ୍କୁ ସାକ୍ଷର କରିବା ଲକ୍ଷ୍ୟ ନେଇ , ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ରୁ ୧୫ ବର୍ଷ ବୟସ ରୁ ଉର୍ଦ୍ଧ୍ବ  ନିରକ୍ଷର ଭାଈ ଓ ଭଉଣୀ ମାନଙ୍କ ସାକ୍ଷରତା ପାଇଁ ଏକ ଅଭିନବ ପ୍ରୟାସ। ଏଥିପାଇଁ ଓଡ଼ିଶା ସରକାର ଙ୍କ ର ନିଷ୍ପତି କ୍ରମେ, ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସାଧନ ଜରିଆରେ ଗାଁ ଗାଁରେ ସର୍ଭେ କରାଯାଇ ନିରକ୍ଷରଙ୍କୁ ଚି଼ହ୍ନଟ କରାଯିବl ର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅକ୍ଷର, ନମ୍ବର ସହିତ ଆଇନ୍ ଗତ ଶିକ୍ଷା, ଡିଜିଟାଲ ଶିକ୍ଷା, ଟଙ୍କା ପଇସାର ହିସାବ ଓ ସଦୁପଯୋଗିତା ଆଦି ଶିକ୍ଷା  ଦିଆଯିବ। ସେଇ ଆଧାରରେ ଜଣେ ସାକ୍ଷର କି ନିରକ୍ଷର ଚି଼ହ୍ନଟ କରାଯାଇ ନିରକ୍ଷର ଲୋକଙ୍କୁ ଭି . ଟି ମାଧ୍ୟମ ରେ ତାଲିମ ଦିଆଯିବ। ଏହି ଅଭିଯାନର ସମ୍ପୂର୍ଣ୍ଣ ସଫଳତା ପାଇଁ ବ୍ୟାପକ ସଚେତନତା ସହ ସମାଜର ସବୁ ବର୍ଗର ଲୋକମାନଙ୍କ ସହଭାଗୀତା ଆବଶ୍ୟକତା ରହିଛି।
ଆଜି ସାକ୍ଷରତା ସପ୍ତାହ ପାଳନ ଅବସରରେ , ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦ୍ୱାରା ଏକ ସଚେତନତା ସାଇକେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଏହି ବିଶାଳ ସାଇକେଲ ଶୋଭାଯାତ୍ରାକୁ ଛଉ ପଡିଆ ଠାରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ଶୋଭଯାତ୍ରା ବାରିପଦା ସହରର ବିଭିନ୍ନ ହାଇସ୍କୁଲ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାୀ ଙ୍କୁ ପ୍ଲା- କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ l ଛଉ ପଡିଆ,ଷ୍ଟିଲ ଗୋଲେଇ, ଜିଲ୍ଲାପାଳ ଙ୍କ ସମ୍ମୁଖ ରାସ୍ତା, ଗ୍ରାଣ୍ଡ ଛକ, ଏମ. କେ. ସି., ଫ୍ରେଜର ହଷ୍ଟେଲ ବସ ଷ୍ଟାଣ୍ଡ ଦେଇ ପୁନଶ୍ଚ ଛଉପଡିଆ ରେ ସରିଥିଲା l ସହର ପରିକ୍ରମା ସମୟରେ ସାକ୍ଷରତା ସମ୍ଭନ୍ଧୀୟ ବିଭିନ୍ନ ସଚେତନ ଧର୍ମୀ ସ୍ଲୋଗାନ ଦ୍ୱାରା ସାକ୍ଷର ହେବା ଫଳରେ ଜଣେ କିଭଳି ଭାବେ ଉପକୃତ ହୋଇଥାଏ ସେ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ଶଶିଧର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ବାରିପଦା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ,ତପସ୍ୱିନୀ ଦାଶ, ଜିଲ୍ଲା ଅନ୍ତରନିବେଶୀ ସଂଯୋଜକ ନିରଞ୍ଜକ ନାୟକ, ଶିକ୍ଷାତତ୍ତ୍ୱ ସଂଯୋଜିକା ଶୈଳବାଳା ବେହେରା, ଅଫିସ ସହାୟକ ଅଶ୍ୱିନୀ କୁମାର ସିଂ, ଜୁନିଅର ରେଡ଼କ୍ରସ କାଉନସେଲର ଦୀପକ ରାମ, ଅର୍ଜୁନ ଜେନା,ସଂଜୀବ ଦଳେଇ,ବାରିପଦା ସିଆରସିସି ଗଣ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଏହି କାର୍ଯକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Shrutilipi ad