Img 20250907 wa0184

ସଦଭାବନା ସମିତିର ତରଫରୁ ମାସିକ ସନ୍ଥ ଦିବସ ପାଳିତ

ରାଜ୍ୟ
ବାରିପଦା : ଆଜି ବାରିପଦା ସଦଭାବନା ସମିତି ଆନୁକୂଲ୍ୟରେ ୫୫୫ ତମ ମାସିକ ସନ୍ଥ ଦିବସ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତିଥିରେ ଗୋପବନ୍ଧୁ ଭବନ ଠାରେ ପାଳିତ ହୋଇଯାଇଛି।
 ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ହୋଇଥିବା ହଜରତ ମହମ୍ମଦ, ଠାକୁର ଅନକୁଳ ଚନ୍ଦ୍ର ଏବଂ ସ୍ୱାମୀ ଶିବାନନ୍ଦଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସନ୍ଥ ସଂସ୍କୃତିରେ ମିଥ୍ୟାକୁ ସଦାସର୍ବଦା ନା ର ରୋକଠୋକ ମଣିଷ ଏବେକାର ସମାଜରେ ଦୁଃଖ ବଖାଣି ସୁଖ ସାଉଁଟିବାରେ ଅସମର୍ଥ ପ୍ରସଙ୍ଗ ଉପରେ ସମିତିର ପ୍ରତିଷ୍ଠାତା ମାନବ ଧର୍ମର ପ୍ରବର୍ତ୍ତକ ଅଟଳ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଆଲୋଚକ ଭାବେ ବାର୍ଷିୟାନ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲ, ସାମ୍ବାଦିକ ରଞ୍ଜନ କୁମାର ଦାଶ, ପ୍ରବକ୍ତା ଭାବେ ଶିବାନନ୍ଦଙ୍କ ଶାରାନୁଗତା ଅବସର ପ୍ରାପ୍ତ ଅଧ୍ୟାପିକା ଝରଣା ବେହେରା, ପଞ୍ଚାନନ ବେହେରା, କମଳ ଲୋଚନ ମହାପାତ୍ର ପ୍ରମୁଖ ସମ୍ପ୍ରତି ଅନ୍ଧବିଶ୍ୱାସର ଦାସତ୍ବରେ ବିଶ୍ୱାସ ପାଲଟିବା ବିକୃତି ବ୍ୟାକରଣ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସୁଭାଶିଷ ନାୟକଙ୍କ ଆବାହକତ୍ୱରେ ଦିବସ ପାଳିତ ହୋଇଥିଲା।
Shrutilipi ad