Img 20250906 wa0210

କୁଡ଼ମୀ ସେନା ପକ୍ଷରୁ କଳା ଦିବସ ପାଳିତ

ରାଜ୍ୟ

ବାରିପଦା – ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ କୁଡୁମୀ ଜାତିକୁ ଆଦିବାସୀ ବର୍ଗରୁ ବାଦ ଦେଇ ଥିବାରୁ କୁଡୁମୀ ଜାତି ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟ ପ୍ରତିବାଦରେ ପ୍ରତିବର୍ଷ ୬ ସେପ୍ଟେମ୍ବର ଦିନଟିକୁ କୁଡୁମୀ ସେନା କଳା ଦିବସ ଭାବରେ ପାଳନ କରି ଆସୁଅଛି  ଏହି ଅବସରରେ ଆଜି କୁଡୁମୀ ସେନାର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ଙ୍କ ନେତୃତ୍ୱରେ ମୟୂରଭଞ୍ଜ ସମେତ ଓଡିଶାରେ ବସବାସ କରୁଥିବା ୧୦ଟି ଜିଲ୍ଲାରେ କଳା ଦିବସ ପାଳନ କରାଯାଇଛି       ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ଏହି କଳା ଦିବସ ପାଳିତ ହୋଇଯାଇଛି     ପ୍ରଥମେ ଏକ ପ୍ରତିବାଦ ସଭାଯାତ୍ରାରେ ବହୁ ସଂଖ୍ୟକ କୁଡୁମୀ ସମ୍ପ୍ରଦାୟର ଲୋକେ ବାରିପଦା ମଧୁବନ ପଡ଼ିଆରୁ ପାରମ୍ପରିକ ବାଦ୍ୟର ସହ ହାତରେ କଳା ପତାକା, ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏହି ଅବସରରେ କୁଡୁମୀ ସେନାର ବିବେକନନ୍ଦ ମହାନ୍ତ,କ୍ଷୀରୋଦ ମହାନ୍ତ , ପରେଶ ମହାନ୍ତ , ବିପିନ ମହାନ୍ତ , ସୁବାସ ମହାନ୍ତ , ଲକ୍ଷ୍ମୀଧର ମହାନ୍ତ , ସାଇରାମ ମହାନ୍ତ , ବିଶ୍ୱନାଥ ମହାନ୍ତ , ବୀରେନ୍ଦ୍ର ମହାନ୍ତ , ଶିବାଜୀ ମହାନ୍ତ, କୁଡୁମୀ ମହିଳା ସେନାର ସୁଜାତା ମହାନ୍ତ , ସୌଭାଗ୍ୟ ମହାନ୍ତ , ଗୀତାଞ୍ଜଳି ମହାନ୍ତ , ଜୟନ୍ତୀ ମହାନ୍ତ ,ସୁମନା ମହାନ୍ତ , ଜୟନ୍ତୀ ମହାନ୍ତ , ଶକୁନ୍ତଳା ମହାନ୍ତ, କୁଡୁମୀ ଯୁବ ସେନାର ମହେଶ୍ୱର ମହାନ୍ତ , ବୁଲୁ ,ମନୁ ଲୋକନାଥ ଛାତ୍ର ସେନାର ବରୁଣ , ମନୋଜ , ଗୌତମ , ଲିପୁନ , ଜୟଦେବ ସିପୁନ ପ୍ରମୁଖ ଙ୍କ ନେତୃତ୍ଵାରେ ଜ଼ିଲ୍ଲା ର ବିଭିନ୍ନ ପ୍ରାନ୍ତରରୁ କୁଡୁମୀ ସେନାର ସଦସ୍ୟ ଏବଂ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ|

Shrutilipi ad