Img 20250904 wa0148

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କର ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ

ରାଜ୍ୟ

ବାରିପଦା: ଅଦ୍ୟ ତା:୦୩.୦୯.୨୦୨୫ରିଖ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଆନୁକୁଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବୈଷୟିକ ପରାମର୍ଶଦାତା ଙ୍କୁ  ନେଇ ଏକ ଏକଦିବସୀୟ  ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଜିଲ୍ଲା ସ୍ତରରେ ଚାଲିଥିବା “ସ୍ଵଚ୍ଛ ଏବଂ ହରିତ ବିଦ୍ୟାଳୟ ରେଟିଙ୍ଗ କାର୍ଯ୍ୟକ୍ରମ”, “ଏକ ପେଡ ମାଆ କେ ନାମ”, “ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ” ଏବଂ ପ୍ରକଳ୍ପ କାର୍ଯ୍ୟ।ଳୟର ବିଭିନ୍ନ ବିଦ୍ୟାଳୟ।ଭିମୁଖୀ ଯୋଜନା ଗୁଡିକ ବିଷୟରେ ଦୁଇଟି ଅଧିବେଶନ ମାଧ୍ୟମରେ ସବିଶେଷ ଆଲୋଚନା କର।ଯାଇଥିଲା ।

ପ୍ରଥମ ଅଧିବେଶନ ପ୍ରାରମ୍ଭରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟର ଆଦିବାସୀ  ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ନୂତନ ଭାବେ ଯୋଗଦାନ କରିଥିବା ୧୮୫ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ସ୍ଵଚ୍ଛ ଏବଂ ସବୁଜ ମୂଲ୍ୟାଙ୍କନ ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଯୋଡି  ବିଦ୍ୟାଳୟ ସ୍ତରୀୟ ସ୍ଵଚ୍ଛ ଜଳ, ପରିମଳ ସ୍ଵଚ୍ଛତା, ରକ୍ଷଣାବେକ୍ଷଣ, ଶ୍ରୁଙ୍ଖଳାଗତ ବ୍ୟବହାର ଓ ସବୁଜତ। କୁ ନେଇ ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠତ୍ଵ ହାସଲ କରିଥିବା ବିଦ୍ୟାଳୟ ଗୁଡିକୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ କରାଯିବ । ଏଣୁ ପ୍ରତ୍ୟେକ ବିଦ୍ୟାଳୟକୁ ସାମିଲ କରି ରାଜ୍ୟ ସ୍ତରରେ ଜିଲ୍ଲାର ସ୍ଥିତିକୁ  ଅଗ୍ରଗାମୀ କରିବାକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ  କରିଥିଲାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ସ୍ଵଚ୍ଛ ଏବଂ ହରିତ ବିଦ୍ୟାଳୟ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଫିସର ଶ୍ରୀଯୁକ୍ତ ବିନୋଦ ସିଂ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ଥିତି ଏବଂ ଉଲ୍ଲେଖନୀୟ ସଫଳତା ପାଇଁ ଏକନିଷ୍ଠ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ତତପରେ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ର ଜିଲ୍ଲା ନୋଡାଲ ଅଫିସର ଶ୍ରୀଯୁକ୍ତ ଶଶିଧର ସିଂ ଉକ୍ତ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବା ନିମିତ୍ତ ସଂକଲ୍ପ ନେବାକୁ ବାର୍ତ୍ତା ରଖିଥିଲେ । ଜିଲ୍ଲା ବର୍ତ୍ତମାନ ଷଷ୍ଠ ସ୍ଥାନ ହାସଲ କରିଥିବା ଯୋଗୁଁ ପୂର୍ଣାଙ୍ଗ ସଫଳତା ନିମିତ୍ତ ପ୍ରୟାସ ଜାରି ରଖିବାକୁ ଅନୁରୋଧ କରିଥିଲେ ।

ସ୍ଵତନ୍ତ୍ର  ଭାବେ ଏହି କର୍ମଶାଳାରେ  ସମ୍ବଳ ପ୍ରଶିକ୍ଷକ ଭାବେ ୟୁନିସେଫ ର ବରିଷ୍ଠ ବୈଷୟିକ ପର।ମର୍ଶଦ।ତ। ଏମ. ଏସ. ଖାନ ଯୋଗଦାନ କରି ଉପରୋକ୍ତ କାର୍ଯ୍ୟକ୍ରମ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟର ବରିଷ୍ଠ  ବୈଷୟିକ ପରାମର୍ଶଦାତା ପଦ୍ମଲୋଚନ ପ୍ରଧାନ ଏଥିରେ ତାଙ୍କୁ ସହଯୋଗ କରିଥିଲେ ।

କର୍ମଶାଳାର ଦ୍ଵିତୀୟ।ର୍ଦ୍ଧରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଗୌତମ ପାତ୍ର ମହୋଦୟ ଯୋଗଦାନ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ଭୂମିକା ଓ ଦାୟିତ୍ଵ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୋଦ ସିଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ସବିଶେଷ ଆଲୋଚନା କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷା ସଂଯୋଜିକା ଶୈଳବ।ଳ। ବେହେରା ଜିଲ୍ଲାସ୍ତରରେ ଚାଲିଥିବା ସମସ୍ତ ଶୈକ୍ଷିକ ଦିଗ ଯଥା ନିପୁଣ ଓଡିଶା,  ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ମାସିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଓ ଶିକ୍ଷା ବର୍ଷ ମଧ୍ୟରେ ହେଉଥିବା ମୂଲ୍ୟାୟନ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ । ସେହିପରି ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ ବିଦ୍ୟାଳୟକୁ ଆସୁଥିବା ପୋଷାକ ଅନୁଦାନ ସମ୍ପର୍କରେ ବୀସ୍ତିର୍ଣ୍ଣ  ଆଲୋଚନା କରିଥିଲେ ଓ ସରକାରଙ୍କ ସମୟ ସୀମା ମଧ୍ୟରେ ପୋଷାକ ବଣ୍ଟନ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ଅନ୍ତର୍ନିବେଶୀ ଶିକ୍ଷା କ୍ଷେତ୍ରରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ କଥା ଆଲୋଚନା କରିଥିଲେ ଓ ଜିଲ୍ଲାର ସମସ୍ତ ଦିବ୍ୟ।ଙ୍ଗ  ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ପଦକ୍ଷେପ ନେବାକୁ ଆହ୍ଵାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ପୁଲକ ଚନ୍ଦ୍ର ମହାନ୍ତ ଓ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ବରିଷ୍ଠ କାର୍ଯ୍ୟ।ଳୟ ସହାୟକ ଅଶ୍ଵିନୀ କୁମାର ସିଂହ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad