Img 20250904 wa0174

ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ମହାବିଦ୍ୟାଳୟର ରାଇରଙ୍ଗପୁର ବ୍ଳକ  ପଡିଆ ନିକଟରେ ୟୂଜିସି ଛାତ୍ର ହଷ୍ଟେଲ ଅଛି ।ସେଠାରେ ୬୦ ଜଣ ସବୁ ବର୍ଗର ଛାତ୍ର ରହି ଆସୁଛନ୍ତି ।ଗତ ବର୍ଷଠାରୁ  ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି ।କିନ୍ତୁ ସରକାର ଚଳିତବର୍ଷ  ମହାମହିମ ରାଷ୍ଟ୍ରପତିଙ୍କ ନାର୍ଦେଶକ୍ରମେ ରାଇରଙ୍ଗପୁର ମହାବିଦ୍ୟାଳୟରେ ଦକ୍ଷତା ବିକାଶକେନ୍ଦ୍ର ଖୋଲିବା ପାଇଁ ଅନୁମତି ମିଳିଛି ଏବଂ ତାହା ୟୁଜିସି ଛାତ୍ରାବାସରେ ବର୍ଷକ ପାଇଁ ଚାଲିବ ବୋଲି  ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ଯକ୍ଷ ଛାତ୍ର ମାନଙ୍କୁ ସୂଚନା ଦେଇଛନ୍ତି ।ତଦସହ ଯେଉଁ ଛାତ୍ରମାନେ ସେଠାରେ‌ରହୁଛନ୍ତି ସେମାନଙ୍କୁ ରାଇରଙ୍ଗପୁର କଲେଜ ନିକଟରେ ଥିବା ଛାତ୍ରାବାସକୁ ସ୍ଥାନାନ୍ତରିତ କରାଯିବ ।ତଦସହ ବର୍ଷକପରେ ଦକ୍ଷତା ବିକାଶ କେନ୍ଦ୍ର  ଅନ୍ୟତ୍ର  ସ୍ଥାନାନ୍ତର କରାଯିବ ବୋଲି ଛାତ୍ରମାନଙ୍କୁ ଅଧ୍ୟକ୍ଷ କହିଥିଲେ । ।ଏହାକୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।ଆଜି ଗୁରୁବାର ଦିନ କଲେଜ ଛାତ୍ରମାନେ ଏବଂ ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟସ ଆସୋସିଏସନ୍ (ମାସା) ତରଫରୁ ପ୍ରସ୍ତାବିତ ଦକ୍ଷତା ବିକାଶ କେନ୍ଦ୍ରକୁ ୟୂଜିସି ହଷ୍ଟେଲ ରେ ନ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ।ଅମୃତ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ବିରୋଧରେ ନାହୁଁ ।ଏହାକୁ ନେଇ ମାସା ଏବଂ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରମାନେ ଆଜି ଗୁରୁବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ସ୍କିଲ ଡେଭେଲମେଣ୍ଟ ସେଣ୍ଟରକୁ ସ୍ଥାନାନ୍ତର ପାଇଁ ଏକ ଲିଖିତ ଦାଵିପତ୍ର ପ୍ରଦାନ କରିଛନ୍ତି ।ସେମାନଙ୍କ କହିବା ଅନୁଯାୟୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।ସେମାନଙ୍କ ରହିବା ପାଇଁ  ଆବଶ୍ଯକୀୟ‌ ଛାତ୍ରାବାସ ରେ ସିଟ୍ ନାହିଁ ।ତଦସହ ଚଳିତବର୍ଷ ଯେଉଁ ଛାତ୍ରମାନେ ହଷ୍ଟେଲପାଇଁ ଆବେଦନ କରିବେ  ୬୦ ଜଣ ଛାତ୍ର ହଷ୍ଟେଲରେ ରହିବାରୁ ବଞ୍ଚିତ ହେବେ ।ତେଣୁ ଛାତ୍ରଙ୍କ ରହଣି ସ୍ୱାର୍ଥକୁ ଗୁରୁତ୍ଵ ଦିଆଯାଇ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲିଖିତ ଅନୁରୋଧ କରିଛନ୍ତି। ମାସା ତରଫରୁ  ଜିଲ୍ଲା ସଭାପତି ରାମ ମୁର୍ମୁ, ଜିଲ୍ଲା ସାଧାରଣ ସଂପାଦକ ହାଡିଵଂଧୁ ଟୁଡୁ,ଵାମନଘାଟି ଉପସଭାପତି ସୁନିଲ ସୋରେନ,ଜିଲ୍ଲା ସାଂଗଠନିକ  ସଭାପତି ଜଗନ୍ନାଥ ମୁର୍ମୁ,,ଵାମନଘାଟି ସଂପାଦକ ମାସାଂ ହେମ୍ବ୍ରମ,ରାଇରଙ୍ଗପୁର କଲେଜ ସଂପାଦକ ଗୋବିନ୍ଦ ମୁର୍ମୁ,,ବାଢା ମାର୍ଣ୍ଡୀ, ପିଥ ସୋରେନ, ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ସୁନାରାମ ହେମ୍ବ୍ରମ,ରାମଦାସ ସୋରେନ୍,ବୁଢାନ୍ ଵେଶ୍ରା ,ଦୁନିଆ ମୁର୍ମୁ  ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।
Shrutilipi ad