ଭୁବନେଶ୍ବର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ। ଚଳିତ ବର୍ଷ ପୂଜାରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ। ଲୋକଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା କହିଲେ କମିସନର ।ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂଜାରେ ପାର୍କିଂକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ପାର୍କିଂ ନଥିଲେ ମିନା ବଜାର ପଡ଼ିବନି କି ରାବଣ ପୋଡ଼ି ପାଇଁ ଅନୁମତି ମିଳିବନି।
ପୂଜା ପ୍ଲାଷ୍ଟିକ ମୁକ୍ତ ହେବ। ପୂଜା କମିଟି ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ। ସବୁ ଭସାଣି ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲିବ। ଆମ୍ବୁଲାନ୍ସ ରଖାଯିବ। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ପୋଲିସ ବିଭାଗ ବାଣ୍ଟିବ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାସ୍ତା ଖରାପ ନେଇ ପିଡବ୍ଲୁଡିର ବିଭାଗୀୟ ଅଧିକାରୀଙ୍କୁ କମିସନର ତାଗିଦ କରିଛନ୍ତି।

