Treatment

ବାରିପଦାରେ ଅନୁଷ୍ଠିତ ହେବ ଆଦର୍ଶ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ସେବା ଶିବିର

ରାଜ୍ୟ
ବାରିପଦା – ପ୍ରତିରକ୍ଷା ବିଭାଗର ଷ୍ଟେସନ ହେଡ଼ କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ତା ୦୮-୦୯-୨୦୨୫ରିଖ ଠାରୁ ତା ୧୦-୦୯-୨୦୨୫ରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ବାରିପଦାର ଷ୍ଟେସନବଜାର ଆଶୀର୍ବାଦ ଛକ ନିକଟସ୍ଥ ବିବାହ ମଣ୍ଡପ ଠାରେ ଆଦର୍ଶ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଉଛି।
ଉକ୍ତ ଶିବିର ରେ ପୂର୍ବତନ ସୈନିକ, ବୀରନାରୀ, ବୀରମାତା ଏବଂ ତା’ଙ୍କ ପରିବାରର ପୀଡିତ ବ୍ୟକ୍ତିଙ୍କୁ ବିବିଧ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ। ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିରରେ ହାଇ ଟେକ ହସ୍ପିଟାଲ ଏବଂ ଅନ୍ୟାନ୍ୟ ପ୍ରମୁଖ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତର, ବିଶେଷଜ୍ଞ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।
ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହିତ ଅବସରକାଳୀନ ଭତ୍ତା, ECHS, SPARSH ଇତ୍ୟାଦି ସମ୍ଭନ୍ଧରେ ଆଇନଗତ ପରାମର୍ଶ ଦିଆଯିବା ସହିତ CSD କ୍ୟାଣ୍ଟିନର ବିଶେଷ ସୁବିଧା ମଧ୍ୟ ଉପଲବ୍ଧ ହେବ।
ପ୍ରତିରକ୍ଷା ବିଭାଗର ପୂର୍ବତନ କର୍ମଚାରୀଙ୍କ ବ୍ୟତୀତ ଉକ୍ତ ଶିବିରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଉପଲବ୍ଧ ହେବ।
ତେଣୁ ୩ ଦିନ ଧରି ଅନୁଷ୍ଠିତ ହେବାକୁଥିବା ସ୍ୱାସ୍ଥ୍ୟ ଶିବିରକୁ ଆସି ଏହାର ବହୁଳ ସୁଯୋଗ ନେବା ପାଇଁ ଷ୍ଟେସନ ହେଡ଼କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ପକ୍ଷରୁ ଅନୁରୋଧ କରାଯାଉଛି l
Shrutilipi ad