ବାରିପଦା: ଦୁର୍ନିତି ଗ୍ରସ୍ତ ସରକାରୀ କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋହନ ସରକାର ।ମହା ଦୁର୍ନିତି ରେ ସଂପୃକ୍ତି ନେଇ ଅର୍ଥନୈତିକ ଅପରାଧା ଶାଖା ତରଫରୁ ମୟୂରଭଂଜ ଜିଲ୍ଲାର ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯାମଦା ତହସିଲଦାର ମଧୁସ୍ମିତା ସିଂ ଏହାପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ବିଜ୍ଞାପିତ ପରିଷଦରେ ନିର୍ବାହୀ ଭାବରେ ମଧୁସ୍ମିତା ସିଂ ଦାୟିତ୍ଵରେ ଥିବା ସମୟରେ ଅର୍ଥନୈତିକ ହେରଫେର କରି କୋଟି କୋଟି ଟଙ୍କାର ହେରଫେର କରିଥିବା ଅର୍ଥନୈତିକ ବିଭାଗ ତଦନ୍ତରୁ ଜାଣି ପାରିଥିଲା ।ସେଠାକାର ଆକାଉଣ୍ଟାଣ୍ଟ ବିଭୂତି ସାହୁ ମଧ୍ୟ ଏହି ମାମଲାରେ ଗିରଫ ହୋଇ ମାମୁଁ ଘରେ ଅଛନ୍ତି ।ଆଜି ମଙ୍ଗଳବାର ଇଓଡବ୍ଲ୍ଯୁର ଅଧିକାରୀମାନେ ଯାମଦା ତହସିଲ ଅଫିସ ଆସି ତହସିଲଦାର ମଧୁସ୍ମିତା ଙ୍କୁ ଗିରଫ କରି ନେଇ ଯାଇଛନ୍ତି ।ଏହା ସହିତ ତଦନ୍ତ ଆଗକୁ ବଢି ଚାଲିଛି ।ଏହି ଦୁର୍ନିତି ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଜାଣିବାକୁ ବାକି ରହିଲା !

