Photo for the news of sradhautsav

ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକ ବଡ଼ମହିଁଷଗୋଠ ପଂଚାୟତ ନରାଜପୁର ଗ୍ରାମବାସୀ ତଥା ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧ ଉତ୍ସବ ତାଙ୍କ ବାସଭବନରେ ଅନୁଷ୍ଠିତ ହେବା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ପ୍ରଫେସର ଅମରେନ୍ଦ୍ର ପାଣି, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ପ୍ରାକ୍ତନ ସରପଂଚ ରବିନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ଯୁବନେତା ସତ୍ୟ ସାଧନ ବେଜ,ଶିକ୍ଷାବିତ୍ କୈଳାସ ଧଳ,ଉପେନ୍ଦ୍ର ଶତପଥୀ, ପୁରୁଷଣ୍ଢ ସେବା ସମବାୟ ସମିତି ସଂପାଦକ ରାଜେନ୍ଦ୍ର ବେଜ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍କୃତିଚାରଣ କରିଥିଲେ । ଜ୍ୟୋତିଶଙ୍କର ପଣ୍ଡା, ପ୍ରିତୀଶ ଶତପଥୀ, ଗିରିଜା ଶଙ୍କର ପଣ୍ଡା, ଉମେଶ କର ପ୍ରମୁଖ ଆତ୍ମୀୟସ୍ୱଜନମାନେ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ ।

Shrutilipi ad