ବାରିପଦା: ସ୍ଥାନୀୟ ଭଂଜପୁର ସ୍ଥିତ ଦୁର୍ଗା ମଣ୍ଡପରେ ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ଓ ଦର୍ପନାରାୟଣ ପାଲଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ l ଦର୍ପନାରାୟଣ ପାଲ ଗତବର୍ଷର ଆୟ ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ ଓ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା I ମା’ ଙ୍କ ୭୩ତମ ପୂଜା ଅବସରରେ ଆୟୋଜିତ ହେବାକୁ ଥିବା ୩୧ତମ ମେଳାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ I ପୂଜା କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମେଳା କମିଟି ଅଧ୍ୟକ୍ଷ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ମେଳା ଉପାଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ପୂଜା ସାଧାରଣ ସମ୍ପାଦକ ରସିକାନନ୍ଦ ମିଶ୍ର, ମେଳା ସାଧାରଣ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ପୂଜା ସମ୍ପାଦକ ପ୍ରମୋଦ ମହାନ୍ତି, ମେଳା ସମ୍ପାଦକ ରଜତ ସାହୁ, ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ଓ ସହ ସମ୍ପାଦକ ଅବିନାଶ ରଥ ଓ ସତ୍ୟବ୍ରତ ଧଳ, ଷ୍ଟୋଲ ସମ୍ପାଦକ ସପନ ପଣ୍ଡା, ଅଫିସ ସମ୍ପାଦକ ଦୁର୍ଯ୍ୟୋତି ଦାସ, କୋଷାଧ୍ୟକ୍ଷ ସୁବ୍ରତ ଦାସ ଏବଂ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି I ଅକ୍ଟୋବର ୩୦ ତାରିଖରେ ମା’ ଙ୍କ ପୂଜାବିଧି ଆରମ୍ଭ ହେବ ଏବଂ ଏହି ଅବସରରେ ନଭେମ୍ବର ୩ ରୁ ୧୪ ତାରିଖ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ଶ୍ରୀ ସିଂହ ଜଣାଇଛନ୍ତି I ଶେଷରେ ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାରାଣ୍ଡି ଏ ବର୍ଷ ପୂଜା ଓ ମେଳାକୁ ଶାନ୍ତିଶୃଙ୍ଖଳା ସହ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I

