Screenshot 2025 08 31 163923 e17

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ପୋଷ୍ଟମାଷ୍ଟର

ରାଜ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଅନ୍ଧାରୀ ଶାଖା ଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇଛି।

ସୁନିତା ସାହୁ ନାମକ ଜଣେ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଉଠାଯାଇଥିବା ଦେଖି ସେ ଏହା ବିରୁଦ୍ଧରେ ଅଭିଯୋଗ କରିଥିଲେ। ପରେ ଏହି ମାମଲାର ତଦନ୍ତ କରାଯାଇଥିଲା। ସୁଚିତା ଖେସ ନାମକ ଜଣେ ତତ୍କାଳୀନ ପୋଷ୍ଟମାଷ୍ଟର ଏଥିରେ ସାମିଲ ଥିବା ନେଇ ଜଣାପଡ଼ିଥିଲା।ଏହାପରେ ଡ଼ାକଘରେ ଥିବା ଅନ୍ୟ ଆକାଉଣ୍ଟ ଗୁଡ଼ିକ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଅନେକ ଆକାଉଣ୍ଟଧାରୀଙ୍କ ଜମା ଟଙ୍କା ହଡ଼ପ ହୋଇଥିବା ସୂଚନା ମିଳିଛି।

ତେବେ ପିଡୀତମାନଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଶନିବାର ପୋଷ୍ଟମାଷ୍ଟରଙ୍କୁ ଗିରଫ କରିଥିବା ନେଇ ଜଣାପଡ଼ିଛି।

ଏପରି ଘଟଣା ପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଜମାକାରୀ ନିଜର ଟଙ୍କା ଫେରସ୍ତ କରିବା ଦାବିରେ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି।

Shrutilipi ad