Img 20250830 wa0196

ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ତଥା ରୋଟାରୀ କ୍ଲବର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଂଘର ଆବାହକ ବିମଳ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ପୂର୍ଣ୍ଣା ନନ୍ଦ ଆଚାର୍ଯ୍ୟ, ରାଜ୍ୟ ସଂଯୋଜକ ଯାମିନୀକାନ୍ତ ପଣ୍ଡା, ଜିଲ୍ଲା ସଂଯୋଜକ ହରେକୃଷ୍ଣ ବାରିକ, ଉପଦେଷ୍ଟା ସୋମନାଥ ସିଂହ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ବରିଷ୍ଠ ଶିକ୍ଷକ ନେତା ସଚ୍ଚିଦାନନ୍ଦ ମହାନ୍ତି, ସମାଜସେବୀ ଅମର କୁମାର ସେଠି ଓ ଡଃ ନିରୋଜ କୁମାର ପୋଥାଳ, ରୋଟାରୀ କ୍ଲବର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ ତିମିର କୁମାର ଘୋଷ, ସଦସ୍ୟ ସୁନିତ ପୁରୀ ଓ ମୋହନ ବର୍ଣ୍ଣୱାଲ ପ୍ରମୁଖ ଉପସ୍ଥିତ ଥିଲେ I ପରବର୍ତ୍ତୀ ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,  ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି  ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଥମଥର ପାଇଁ ସଙ୍ଘ ତରଫରୁ ଆୟୋଜିତ ଏହି ଶିବିରରେ ୪ ଜଣ ଶିକ୍ଷୟତ୍ରୀ, ବାରିପଦା ବି ଆର ସି ସି ତପସ୍ୱିନୀ ଦାଶଙ୍କ ସମେତ ମୋଟ ୩୫ ଜଣ ରକ୍ତଦାନ କରିଥିଲେ I ବରିଷ୍ଠ ଶିକ୍ଷକ ନେତା ହରେକୃଷ୍ଣ ବାରିକ, ସୋମନାଥ ସିଂହ, ଗଦାଧର ନାୟକ, ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ, ସୌମ୍ୟ ଦାଶ, ଅଜୟ ମହାପାତ୍ର, ସୁବୋଧ ଦାସ, ସୁଶୀଲ କୁମାର ପଣ୍ଡା, ଧନପତି ମିଶ୍ର, ଶିବ ନାରାୟଣ ମହାନ୍ତ ରକ୍ତଦାନ କରିବା ସହ ଶିବିର ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I ଶିକ୍ଷକ ଭବେଶ ପାଣିଗ୍ରାହୀ, ବୀରେନ୍ଦ୍ର ମଢେଇ, ସୁବୀର ପରିଡା, ରାଜେନ୍ଦ୍ର ମହାନ୍ତ, ଗୌର ଗୋପାଳ ଲେଙ୍କା, ସପନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ଅସୀମ କୁମାର ଚକ୍ରବର୍ତ୍ତୀ ଶିବିର ପରିଚାଳନା କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ରକ୍ତ ସଂଗୃହିତ ହୋଇଥିଲା I
Shrutilipi ad