Photo for the news of badminton

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ସାକ୍ୟପ୍ରତିକ ଓ ସୌଭାଗ୍ୟ ରଞ୍ଜନ ଉନ୍ନୀତ

ରାଜ୍ୟ

ଆଗରପଡ଼ା :ଚଳିତ ବର୍ଷ ବନ୍ତ ବ୍ଳକ ତରଫରୁ ହାଇସ୍କୁଲ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶନିବାର ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜୋନରୁ ବ୍ୟାଡ ମିଣ୍ଟନ ଖେଳରେ ଉତ୍ତୀନ୍ନ ହୋଇ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ କୃଷ୍ଣଚରଣ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର ସାକ୍ୟ ପ୍ରତୀକ ବେହେରା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଳାସ ଗଢିଆର ଅଷ୍ଟମ ଶ୍ରେଣୀ ଛାତ୍ର ସୌଭାଗ୍ୟ ରଞ୍ଜନ ସାହୁ ସମସ୍ତ ଟିମର ପ୍ରତିଯୋଗୀଙ୍କୁ ପରାସ୍ତ କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଛନ୍ତି । ୨ ଛାତ୍ର ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।

Shrutilipi ad