Z

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଜ୍ୟ

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ କର୍ମଚାରୀମାନେ ଟ୍ରେନ୍ ସଫା କରିବା ସମୟରେ ମୃତଦେହ ପଡିଥିବା ଦେଖି ରେଳବାଇ ପୁଲିସ୍ କୁ ଖବର ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Shrutilipi ad