Img 20250829 wa0148

ସେପ୍ଟେମ୍ବର ୬ ରେ କଳା ଦିବସ ପାଳନ କରିବ କୁଡୁମୀ ସେନା

ରାଜ୍ୟ
ବାରିପଦା – କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଜୈମୁନି କୁମାର ମହାନ୍ତ ଙ୍କ ନେତୃତ୍ୱରେ ବିଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି କୁଡୁମୀ ସେନା ପକ୍ଷରୁ ଆନ୍ଦୋଳନ ଜାରି ରହିଛି।ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ କୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କଳା ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।ଏଠାରେ ସ୍ମରଣଯୋଗ୍ୟ ଯେ ଗତ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ରେ କୁଡୁମୀ ଜାତିକୁ ଆଦିବାସୀ (ଏସ୍ ଟି) ବର୍ଗରୁ ବାଦ୍ ଦିଆଯାଇଥିଲା।କୁଡୁମି ଜାତି ପ୍ରତି ହେଇଥିବା ଉକ୍ତ ଐତିହାସିକ ଅନ୍ୟାୟ ପ୍ରତିବାଦ ରେ ସେପ୍ଟେମ୍ବର ୬ ତାରିଖ କୁ  ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପଲ୍ଲୀ ରୁ ଦିଲ୍ଲୀ  ର ଜନ୍ତର ମନତର ଠାରେ କଳା ଦିବସ ରୂପେ ପାଳନ କରିବା ପାଇଁ କୁଡ଼ୁମି ସେନାର ପ୍ରତିଷ୍ଠାତା ସଭାପତି  ଜୈମୁନି କୁମାର ମହାନ୍ତ  ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାରିପଦା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଜୈମୁନୀ କୁମାର ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ରେ କୁଡୁମୀ ସେନା ର ଡମ୍ବରୁ ମହାନ୍ତ, ବିବେକା ମହାନ୍ତ, ସାଇରାମ୍,ବିଶ୍ଵନାଥ, ଦୁର୍ଗା,ବିରେନ୍ଦ୍ର,ନୁକୁ,ଚନ୍ଦ୍ର ଭାନୁ ମହାନ୍ତ କୁଡୁମୀ ଛାତ୍ର ସେନା ର ବରୁଣ ମହାନ୍ତ,ଗୌତମ ମହାନ୍ତ,ଅଜିତ,ଦିପୁ,ଚକ୍ର, ଦେବାଶିଷ,ତୁଷାର, ଲିପୁନ କୁଡୁମୀ ମହିଳା ସେନା ର ଗୀତାଞ୍ଜଳି ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ.
Shrutilipi ad