Img 20250828 wa0184

ରାଜ୍ୟ ରାଜପଥ ଉପରେ ସାପ୍ତାହିକ ହାଟ; ରାସ୍ତା ଗହଳି ନେଇ ଘଟୁଛି ବାରମ୍ବାର ଦୁର୍ଘଟଣା

ରାଜ୍ୟ
  • ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି କୁ  ଅଞ୍ଚଳବାସୀଙ୍କ ଦାଵି
ବାରିପଦା: ଓଡ଼ିଶାର ସର୍ବବୃହତ୍ ତମ ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ସଦରମହୁକୁମା ଵିଜାତଳାର ସାପ୍ତାହିକ ସ୍ଥାନ ଅଭାବ ପାଇଁ ବେପାରୀଙ୍କ ଦ୍ଵାରା ରାସ୍ତା ଅବସ୍ଥା ।ପାର୍କିଂ‌ ବ୍ୟବସ୍ଥା ନାହିଁ  ଯାହା ଫଳୟ ଗ୍ରାହକ,ହାଟୁଆ,ପରିବହନ ଗାଡ଼ି ରାସ୍ତା ଉପରେ ଗାଡି ଥୋଇ ରାସ୍ତା ଅବରୋଧ କରୁଛନ୍ତି ହାଟ ପାଖରେ ଵିସ୍ତିର୍ଣ ସରକାରୀ ଗୋଚର ଜମି ଅଛି ,କିନ୍ତୁ ଲୋକେ ସେଠାରେ ପାର୍କିଂ ନ କରି ରାସ୍ତା  ଉପରେ ଗାଡି ରଖି ରାସ୍ତା ଜାମ୍ କରୁଛନ୍ତି । ବିଜାତଳା ସାପ୍ତାହିକ ହାଟ ଟି ହାଟ ପଡ଼ିଆରେ ବସିବା ସହ ରାଜ୍ୟ ରାଜପଥ ଉଭୟ ରାସ୍ତା ପାର୍ଶ୍ବରେ ହାଟ ଚାଲୁଛି ।ହାଟକୁ ଲାଗି , ସ୍କୁଲ, ତହସିଲ, ପଞ୍ଚାୟତ ,ବ୍ଳକ, ବ୍ୟାଙ୍କ , ସରକାରୀ ଡାକ୍ତରଖାନା,କୃଷି କାର୍ଯ୍ୟାଳୟ, ବିଭିନ୍ନ  ସରକାରୀ ପ୍ରତିଷ୍ଠାନ ଅବସ୍ଥିତ। ଏହି ରାସ୍ତା ଦେଇ  ଭାରି ଯାନ,ବସ,ଛୋଟ ବଡ଼ ଗାଡ଼ି , ବାଇକ୍ ଆରୋହୀ ଆମ୍ବୁଲାନ୍ସ,ଚାଲୁଛି । ଏହି ହାଟ ଉପରେ ରାଇରଙ୍ଗପୁର ,ବିଶୋଇ ,କୁସୁମୀ ବ୍ଳକର ଲୋକ ନିର୍ଭର କରନ୍ତି ।ପ୍ରବଳ ଭିଡ଼ ହୁଏ । ରାସ୍ତା ଭିଡ଼ ଯୋଗୁଁ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ, ଓ ଗର୍ଭବତୀ ମହିଳା  ମାନେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରନ୍ତି  ନାହିଁ । ରାସ୍ତାରେ ମଧ୍ୟ ପ୍ରସବ କରିବାକୁ  ବାଧ୍ୟ ହୁଅନ୍ତି । ରାସ୍ତା  ଭିଡ଼ ଯୋଗୁଁ ଦୂରଦୁରାନ୍ତର ଲୋକେ ଯିବା ଆସିବାରେ ବହୁ ବାଧାବିଘ୍ନ ପଡନ୍ତି । ବୁଧବାର ସାପ୍ତାହିକ ହାଟରେ ହାଟ ଵେପାରୀ ମାନେ ସ୍ଥାନ ଅଭାବରୁ ନିଜ ଜୀବନକୁ  ପାଣି ଛଡାଇ ରାସ୍ତଉଭୟ ପାର୍ଶ୍ଵରେ ଦୋକାନ ପସରା ମେଲାଇ ଥାଆନ୍ତି ପେଟ ଚାଖଣ୍ଡେ ପାଇଁ ।ହାଟରୁ ଦୁଇ ପଇସା ଲାଭ କରି ଘର ଲୋକଙ୍କ ମୁହଁରେ ଦାନା ଯୋଗାଇବେ । କେତେବେଳେ କ’ଣ ଣ ଘଟିବ କିଛି କହିବ ହେବ ନାହିଁ । ମଝିରେ ମଝିରେ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ ।କେତେବେଳେ ଯେ ଭାରି ଯାନ ହେଉ ଅବା ଲଘୁ ଯାନ‌ହେଉ ଭାରସାମ୍ୟ ହରାଇ ରାସ୍ତା କଡ ଦୋକାନୀଙ୍କ ଉପରେ ଚଢି ନ ଯିବ ଏବଂ ବିଚରା ଗରୀବ ଦୋକାନୀର ପ୍ରାଣବାୟୁ  ଉଡି ନ ଯିବ କେହି କହି ପାରିବେ ନାହିଁ ! ହାଟ ପଟାଦାର ବା କ’ଣ କରିବ ? ରାଜସ୍ଵ ବିଭାଗ, ପଞ୍ଚାୟତ ବିଭାଗ ,ପୋଲିସ ବିଭାଗ, ଜନ ପ୍ରତିନିଧି ଏବଂ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସ୍ବେଛାସେବୀ,ବ୍ଳକ ପ୍ରଶାସନ ମିଳିତ ବୈଠକ କରି ଏହାର ସ୍ଥାୟୀ ସମାଧାନ ପାଇଁ ବାଟ ଫିଟାଇବାକୁ ସାଧାରଣରରେ ଦାବି ହେଉଛି |
Shrutilipi ad