Mkg 8 naxal surrendeer 1 2025 08 26 19 11 20

ଆତ୍ମସମର୍ପଣ କଲେ ୮ ନକ୍ସଲ

ରାଜ୍ୟ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଏସିଏମ ଭେଟ୍ଟି ସୋମଡା(୩୦), ପାର୍ଟି ସଦସ୍ୟ ମୁଚାକି ରାକମେ(୨୭), ମିଲିସିଆ କମାଣ୍ଡର ଓୟାମ ଲକ୍ଷ୍ମଣ(୨୩), ମିଲିସିଆ ସଦସ୍ୟ ପଡିଆମ କୋସା(୨୫), ମିଲିସିଆ ସଦସ୍ୟ ମୁଡାମ କୋସା(୩୦), ମିଲିସିଆ ସଦସ୍ୟ ମାଡବୀ ନନ୍ଦୁ(୨୫), ମିଲିସିଆ କରାମ ସୋମଡୁ(୪୦) ଏବଂ ମିଲିସିଆ ମାଡ଼ବୀ ଉରା(୨୫)।

ଚଳିତ ଜାନୁଆରି ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଭଦ୍ରାଦୀ କଥାଗୁଡୁମ ଜିଲ୍ଲାରେ ୩୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ପୁଲିସ ତରଫରୁ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇବାକୁ ଅନୁରୋଧ କରାଯାଇଛି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ତୁରନ୍ତ ୨ ଲକ୍ଷ ଟଂକାର ସହାୟତା କରାଯିବ ବୋଲି କୁହାଯାଇଛି।

Shrutilipi ad