Img 20250824 wa0188

ସ୍ବର୍ଗତ ଦିଲ୍ଲୀପ କୁମାର ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଜ୍ୟ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ଵୟ ସମିତିର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଏବଂ ଓଡିଶା ଅମଲା ସଂଘର ଦୀର୍ଘ କାଳୀନ ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ସମ୍ପାଦନ କରିଥିବା ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସଙ୍କର ନିକଟରେ ଏକ ଦୁର୍ଘଟଣାରେ ଦେହାନ୍ତ ଘଟିଯାଇଛି ଓ ଏଣୁ ସ୍ବର୍ଗତ ଦିଲ୍ଲୀପ କୁମାର ଦାସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓଡିଶା ଅମଲା ସଂଘ ମୟୁରଭଞ୍ଜ ଜିଲ୍ଲା ଶାଖା ଦ୍ୱାରା ସଂଘର ସଭାପତି ଶ୍ରୀଯୁକ୍ତ ଶିବାଜୀ ଶତପଥିଙ୍କ ଆବାହକତ୍ୱରେ ସ୍ଥାନୀୟ ଗୁରୁଜୀ ଗାର୍ଡେନ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ସଭାରେ ରାଜ୍ୟ ସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଦୟ ବିହାରୀ ମହାପାତ୍ର, ସଭାପତି ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଦାସ, ଉପସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ବରାଳ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରାସିଆ ଏବଂ ପୁରୀ ଜିଲ୍ଲା ଅମଲା ସଂଘ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାପାତ୍ର ଯୋଗ ଦେଇଥିଲେ ଓ ପ୍ରାରମ୍ଭରେ ଜିଲ୍ଲା ଶାଖାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଦାସ ସ୍ବର୍ଗତ ଦାସଙ୍କ ଜୀବନ ବୃତ୍ତାନ୍ତ ସମ୍ପର୍କରେ ଉଲ୍ଲେଖ କରିଥିଲେ ଯେ କିପରି ଏକ ସାମାନ୍ୟ ପରିବାରରୁ ଆସି ସରକାରୀ ସେବା ରେ ଯୋଗ ଦେଇ ପ୍ରଥମେ କରଞ୍ଜିଆ ଉପଖଣ୍ଡରେ ଚାକିରୀ ଜୀବନ ଆରମ୍ଭ କରି ସୁଚାରୁ ରୂପେ ସରକାରୀ ଦାୟିତ୍ୱ ନିର୍ବାହ କରିବା ସହ ସରକାରୀ କର୍ମଚାରୀ ସଂଗଠନ ରେ ଯୋଡିତ ରହି କର୍ମଚାରୀ ମାନଙ୍କ ବିବିଧ ସମସ୍ୟା ଗୁଡିକୁ ଉପଯୁକ୍ତ ସ୍ତରରେ ଉପସ୍ଥାପନ କରି ଅଧିକାଂଶ ସ୍ଥଳେ ସେଗୁଡିକର ସମାଧାନ କରାଇପାରି ପୀଡିତ କର୍ମଚାରୀ ମାନଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ ଓ ସଂଘର କାର‌୍ୟ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମହାନ୍ତ ସ୍ବର୍ଗତ ଦାସଙ୍କର ପ୍ରମୁଖ ଉପଲବ୍ଧି ଗୁଡିକର କ୍ରମାନ୍ୱୟ ରେ ବିବରଣୀ ରଖିଥିଲେ ଓ ଜିଲ୍ଲା ତମାମ ସଂଗଠନକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଅନନ୍ୟ ପ୍ରୟାସ ଓ ତାଙ୍କ ଦ୍ୱାରା ହାତକୁ ନିଆଯାଇଥିବା କାର‌୍ୟ୍ୟକ୍ରମ ସମ୍ପର୍କରେ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ ଓ ମୟୁରଭଞ୍ଜ କଲେକ୍ଟରେଟ କ୍ୟାଡ଼ର ଅମଲା ମାନଙ୍କର ୨୦୧୩ ମସିହା ଜୁନ ମାସରେ ପ୍ରକାଶିତ ବ୍ୟାପକ ବଦଳି ନିର୍ଦ୍ଦେଶନାମାରେ ଯେତେବେଳେ ଅମଲାମାନଙ୍କ ମହଲରେ ଘୋର ଅସନ୍ତୋଷ ଓ ନିରାଶା ଛାଇ ଯାଇଥିଲା ସେ ସମୟରେ ସ୍ବର୍ଗତ ଦାସଙ୍କ ଅଣଗେଜେଟେଡ଼ କର୍ମଚାରୀ ସମନ୍ଵୟ ସମିତି, ଅମଲା ସଂଘ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହ ତତ୍କାଳୀନ ରାଜ୍ୟ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତଥା ମୟୁରଭଞ୍ଜ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ସହଯୋଗରେ ସମନ୍ୱୟ ସ୍ଥାପନ କରି ବଦଳି ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରାଇ ପ୍ରଶାସନିକ ଅଚଳାବସ୍ଥା ଓ ଅସନ୍ତୋଷକୁ ପ୍ରଶମିତ କରାଇବାରେ ଅଗ୍ରଣୀ ଭୂମିକା ନେବା ବିଷୟରେ ଶ୍ରୀଯୁକ୍ତ ବୈଦ୍ୟନାଥ ମିଶ୍ର ଉଲ୍ଲେଖ କରିଥିଲେ ଓ ୨୦୧୮ ମସିହାରେ ସରକାରୀ ସେବାରୁ ଅବସର ନେବା ପରେ ମଧ୍ୟ ସ୍ବର୍ଗତ ଦାସ ସଂଗଠନ ଠାରୁ ନିଜକୁ ଦୂରେଇ ରଖିପାରି ନଥିଲେ, ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ସଂଘଗୁଡିକ ତାଙ୍କୁ ମାର୍ଗଦର୍ଶକ ଭାବେ ଅନୁସରଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବର୍ଗର କର୍ମଚାରୀ ମାନେ ନିଜ ନିଜର ସେବା ସମ୍ବନ୍ଧୀୟ ସମସ୍ୟା ନେଇ ତାଙ୍କ ପରାମର୍ଶ ଲୋଡି ସୁଫଳ ପାଇ ପାରୁଥିଲେ ଓ ସେ ନିଜେ ଅନେକ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ଗୁଡିକ ସହ ଜଡିତ ରହି ସମାଜ ସେବାରେ ନିଜକୁ ନିୟୋଜିତ ରଖିଥିବାର ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ନିଜ ଅଭିଭାଷଣରେ କହିଥିଲେ ଓ ସ୍ବର୍ଗତ ଦାସଙ୍କ ଅବର୍ତ୍ତମାନରେ ସରକାରୀ କର୍ମଚାରୀ ମହଲରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବାର ମିଳିତ ମତ ଆସିଥିଲା ଓ ଶେଷରେ ସଭ୍ୟ ଶ୍ରୀ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Shrutilipi ad