- କାମରେ ଲାଗୁନାହିଁ କୋଠା, ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି | ଏଠାରେ ଥିବା ଏକମାତ୍ର ପ୍ରାଣୀ ଚିକିତ୍ସାଳୟ ଟି ଏବେ ଭୂତକୋଠିରେ ପରିଣତ ହୋଇଛି | ନିୟମିତ ଡାକ୍ତର ନ ଆସିବା ଓ ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଚିକିତ୍ସାଳୟ ପରିସର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଉଠିଛି | ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ 2002 ମସିହାରେ ରାଜ୍ୟର ତତ୍କାଳୀନ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭୂମି ପୂଜନ ପରେ ନିର୍ମିତ ହୋଇଥିବା ଏହି ପ୍ରାଣୀ ଚିକିତ୍ସାଳୟ ଟି ରକ୍ଷଣା ବେକ୍ଷଣା ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି | କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ପ୍ଳାଷ୍ଟର ଖସିଯାଇ ଛାତ ଭୁଶୁଡିବା ଅବସ୍ଥାକୁ ଆସିଲାଣି | ଅନ୍ୟପଟେ ଡାକ୍ତର ନ ଆସିବା କାରଣରୁ ରୋଗରେ ପୀଡିତ ପ୍ରାଣୀଙ୍କ ପ୍ରାଣ ଅକାଳରେ ଚାଲିଯାଉଛି | ଅଞ୍ଚଳବାସୀ ଏ ବାବଦରେ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ , ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଇନି | ଫଳରେ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ନିଜ ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତିତ ଅବସ୍ଥାରେ ଅଛନ୍ତି | ଆଗାମୀ ଦିନରେ ପ୍ରଶାସନ ଏଠାରେ ପୂର୍ବ ଭଳି ପ୍ରାଣୀ ଚିକିତ୍ସା କୁ ସୁନିଶ୍ଚିତ ନ କଲେ ଲୋକେ ଆନ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି କହିଛନ୍ତି |

ସେହିପରି ଜାମଦା ବ୍ଲକର କଇଁପୁର ଗ୍ରାମର ସାତ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର l ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ରେ ଭୂତକୋଠି ପାଲଟିଛି ଆର.ଡ଼ି ବିଭାଗର ଘର |ଦୀର୍ଘ ସାତ ବର୍ଷରୁ ଅଧିକ ହେଲାଣି ଉକ୍ତ ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମରେ ତିଆରି ହୋଇଛି |ନା ଅଛି ଅଫିସ ଫଳକ, ନା ସେଥିରେ କୌଣସି ଅଧିକାରୀ ଅଛନ୍ତି |ଘଞ୍ଚରେ ପରିପୂର୍ଣ୍ଣ |ବର୍ତ୍ତମାନ ଏହା ଚୋର ଏବଂ ନିଶା ସେବନକାରି ଙ୍କ ଆଡ୍ଡାସ୍ଥଳୀ ପାଲଟିଛି |ଉକ୍ତ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମହାବିଦ୍ୟାଳୟ ମଧ୍ୟ ଅଛି,ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ଦେଇ ବହୁ ସଂଖ୍ୟାରେ କଲେଜ ଛାତ୍ରୀ ଏବଂ ମହିଳା ମାନେ ମଧ୍ୟ ଯିବା ଆସିବା କରିବା ଦ୍ଵାରା ବିପଦ ସୃଷ୍ଟି କରୁଛି | ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜଣସାଧାରଣରେ ଦାବୀ ହେଉଅଛି l

