- ଜଣକୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା
- ଅନ୍ୟ ଜଣକୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା
ବାରିପଦା : ଆଜି ଦୁଇଗୋଟି ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଗ୍ରାମ ର ସୁକୁରା ସିଂ (60) କୁ ଦଫା 376(2)(i) ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଆଦାୟ ଜୋରିମାନା ଅର୍ଥ ପୀଡ଼ିତାକୁ ଦେବା ପାଇଁ ରାୟରେ ମଧ୍ୟ ଉଲେଖ କରାଯାଇଅଛି l ଏଥି ସହିତ କ୍ଷତିପୁରଣ ବାବଦରେ ପୀଡିତା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ପାଞ୍ଚ ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଜନୈକ ଭିନ୍ନକ୍ଷମ ବାଳିକା ଜଣକ ନିଜ ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଉଥିବା ସମୟରେ ଅଭିଯୁକ୍ତ ସୁକୁରା ସିଂ ତାକୁ ଏକୁଟିଆ ପାଇ ନିକଟସ୍ଥ ଏକ ଜଙ୍ଗଲକୁ ଟେକିନେଇ ତା ସହିତ ଅନିଚ୍ଛା ସତ୍ୱେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ ନକରିବାକୁ ଧମକ ମଧ୍ୟ ଦେଇଥିଲା l ପାଖାପାଖୀ ଆଠ ମାସପରେ ପୀଡିତା ଗର୍ଭବତୀ ଥିବାର ପରିବାରଵର୍ଗ ଜାଣିବାକୁ ପାଇ ତାକୁ ପଚାରିବାରୁ ସିଏ ସବୁକଥା କହିଥିଲା l ଏ ବାବଦରେ ପୀଡିତା ଙ୍କ ପରିବାର ପକ୍ଷରୁ ଚାନ୍ଦୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ଚାନ୍ଦୁଆ ଥାନାରେ କେସ ନମ୍ବର 4/10/1/2024 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 13 ଜଣ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ସେହିପରି ଅନ୍ୟ ଏକ ଘଟଣା କ୍ରମେ ଜନୈକ ବାର ବର୍ଷ ରୁ କମ ଭିନ୍ନକ୍ଷମ ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ମାମଲାର ବିଚାରକରି ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସମୀ ଅଞ୍ଚଳର ବିରୋସିଂ ହାଁସଦା (60) କୁ ଦଫା 4 (2) ଅଫ ଦା ପୋକ୍ସ ଆକ୍ଟ 2012 ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦାୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ଏଥି ସହିତ ପୀଡିତା ନାମରେ ଚାରି ଲକ୍ଷ ଟଙ୍କା ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ପାଞ୍ଚ ବର୍ଷ ପାଇଁ ଜମା କରିବାକୁ ଜିଲ୍ଲା ଆଇନ ସହୟତା କୋର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିଁର୍ଧେଶନାମା ଜାରିକରାଯାଇଛି l ମାମଲାର ବିବରାଣୀରୁ ପ୍ରକାଶ ଯେ ଭିନ୍ନକ୍ଷମ ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ବିରୋସିଂ ହାଁସଦା ତାକୁ ଜୋର ଜବରଦସ୍ତ ଟେକିନେଇ ଏକ ପାଇଖାନା ଭିତରେ ଦୁଷ୍କର୍ମ କରିଥିଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା l ପୂର୍ବରୁ ମଧ୍ୟ ଅଭିଯୁକ୍ତ ପୀଡିତା ନାବାଳିକା ସହିତ ଧମକ ଚମକ ଦେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା l ଏ ବାବଦରେ ପୀଡିତା ର ପିତାଙ୍କ ଥାନାରେ ଲିଖିତ ଅଭିଯୋଗ ମୁତାବକ ବାଦାମପାହାଡ଼ ଥାନାରେ କେସ ନମ୍ବର 64/17-6-2024 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଡାଲତ ପକ୍ଷରୁ ସମସ୍ତ ଦଶ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ ସମସ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

