Photo for the news of awarness program by police

ପୋଲିସ ପକ୍ଷରୁ ଆତ୍ମହତ୍ୟା ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲା ଓ ଆଗରପଡ଼ା ପୋଲିସ ପକ୍ଷରୁ ଆତ୍ମହତ୍ୟା , ସାଇବର କ୍ରାଇମ ଓ ଆଇନ ସଚେତନତା ଶିବିର ଆଗରପଡ଼ା କଲେଜରେ ଅନୁଷ୍ଠିତ ହୋଇଯାଇଛି । ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନାଙ୍କ ସ୍ୱାଗତ ଭାଷଣ ପରେ ଧାମନଗର ଏସଡିପିଓ ତ୍ରୀଲୋଚନ ସେଠୀ, ଫେଲୋସିପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ବିଭିନ୍ନ ଗପ ଓ ଉଦାହରଣ ମାଧ୍ୟମରେ ଏସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଫ୍ୟାମିଲ କାଉନସେଲିଂ କାଉନସିଲର ପ୍ରିୟଙ୍କା ଜେନା, ସ୍ନେହଲତା ପଣ୍ଡା, ୱାନ ଷ୍ଟପ କେନ୍ଦ୍ର ଆଡ଼ମିନ ପୁଷ୍ପାଞ୍ଜଳୀ ବେହେରା ସଚେତନ ବାର୍ତ୍ତା ଦେଇଥିଲେ । କଲେଜ ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ଅଧ୍ୟାପିକା କବିତା ମଂଜରୀ ସୁବୁଦ୍ଧିରାୟ, ସନ୍ଧ୍ୟାରାଣୀ ନାୟକ, ପ୍ରେମଲତା ଦାଶ, ସଂଯୁକ୍ତା ଜେନା, ଜୟନ୍ତୀ ମଲ୍ଲିକ, ଅଧ୍ୟାପକ ହରିହର ଦାସ, ପ୍ରଶାନ୍ତ ନାୟକ,ମହେଶ୍ୱର ମଲ୍ଲିକ,ଅଶୋକ ସାହୁ, ମମତା ପଣ୍ଡା, ଛାତ୍ରୀ ଅନନ୍ୟା ପୁହାଣ, ଲିପ୍ସା ରାଣୀ ନାୟକ, ଦିପ୍ତୀମୟୀ ଜେନା ପ୍ରମୁଖ ସେକ୍ସୁଆଲ ହାରାସମେଣ୍ଟଆଇସିସିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ମହେଶ୍ୱର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Shrutilipi ad