ବାରିପଦା: କୃଷକ ହେଉଛନ୍ତି ଦେଶର ଅନ୍ନଦାତା ।ଅନ୍ନଦାତା ଏବଂ କୃଷକ ସଶକ୍ତିକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।ଦେଶର ପ୍ରଗତିରେ କୃଷକ ଭୂମିକା ଅନନ୍ଯ ଓ ଅବର୍ଣ୍ଣନୀୟ ।ଆଜି ବୁଧବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକଙ୍କ ସଭାପତିତ୍ବରେ କୃଷି ସମ୍ପର୍କିତ ସମୀକ୍ଷା ଵୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କୃଷି କାର୍ଯ୍ୟାଳୟ ,ଜଳସେଚନ ବିଭାଗ,କ୍ଷୁଦ୍ରଜଳସେଚନ ବିଭାଗ ,ଟିପିଏନଓଡିଏଲ ବିଦ୍ୟୁତ ବିଭାଗ,ପ୍ରାଣୀ ଚିକିତ୍ସାଳୟ,ମତ୍ସ୍ୟ ବିଭାଗ,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ,ଉଠା ଜଳସେଚନ ବିଭାଗର ଵିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସରକାର କୃଷି ଓ କୃଷକ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।କୃଷକମାନେ ସଠିକ ଉପକାର ପାଉନାହାନ୍ତି ବୋଲି କୃଷକମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ।ଚାଷ ପାଇଁ ବିଭିନ୍ନ ବିଭାଗର ସମନ୍ବୟର ଅଭାବ ରହୁଛି ।ଯାହାଫଳରେ ତୃଣମୂଳ ସ୍ତରରେ କୃଷକ ଉପକୃତ ହେଉନାହାନ୍ତି । ଉଦାହରଣ ଉଠାଜଳସେଚନ ବିଭାଗ ବିଲରେ ସମର ଟ୍ଯୂଵେଲ ଖୋଳିଲେ କିନ୍ତୁ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କୌଣସି ନା କୌଣସି କାରଣରୁ ଦେଉନାହାନ୍ତି ।ତେଣୁ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନାହିଁ ।ତେଣୁ ବିଧାୟକ ସମସ୍ତ ଅଧିକାରୀଙ୍କୁ ଗାଁକୁ ଯାଇ ଚାଷୀର ବାସ୍ତବ ସମସ୍ୟାକୁ ଉପଲବ୍ଧ ଓ ତଦନ୍ତ କରି ବିଭାଗ ବିଭାଗ ମଧ୍ଯରେ ସମନ୍ବୟ ରଖି ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ ।ସମନ୍ବୟ ଅଭାବ ରହିଲେ ଚାଷୀ ଠିକ ସମୟରେ ଚାଷ କରି ପାରିବ ନାହିଁ ।ସରକାରଙ୍କ ଉଦେଶ୍ୟ ପୂରଣ ହେବ ନାହିଁ ସରକାରଙ୍କ କୋଟି କୋଟିଟଙ୍କା ପାଣିରେ ପଡ଼ିବ ଏବଂ ସରକାରୀ କର୍ମଚାରୀଙ୍କ ଉପରେ କୃଷକଙ୍କ ଅସନ୍ତୋଷ ବୃଦ୍ଧି ପାଇବ ।ସରକାର ଆପଣମାନଙ୍କ ପଛରେ ଅଛନ୍ତି ଆପଣମାନେ ଚାଷୀଂକୁ ସହଯୋଗ କରନ୍ତୁ ଓ ଓଡିଶାର ପ୍ରଗତିରେ ଭାଗିଦାରହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

