ବାରିପଦା: ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସଦସ୍ୟ ତଥା ପୂର୍ବତନ କ୍ରିକେଟ ଖେଳାଳି ଅଭୟ ଦତ୍ତ ବାଲେଶ୍ୱର ଗୋଲେଇ ନିକଟସ୍ଥ ନିଜ ବାସଭବନରେ ଦେହତ୍ୟାଗ କରିଛନ୍ତି I ଖବର ପ୍ରସାରିତ ହେବା ପରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସଦସ୍ୟ ବୃନ୍ଦ ତଥା ପୂର୍ବତନ କ୍ରିକେଟ ଖେଳାଳି ମାନେ ଶୋକ ପ୍ରକାଶ କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ମୟୁରଭଞ୍ଜ କ୍ରିକେଟ ମହଲରେ ସେ ଜଣେ ଦ୍ରୁତଗାମୀ ବୋଲର ଭାବେ ବେଶ ସୁନାମ ଅର୍ଜନ କରିଥିଲେ I କଳିଙ୍ଗ କ୍ଲବ, ଲାଲବଜାର କ୍ଲବ ତରଫରୁ ସେ ଖେଳୁଥିଲେ I ୨୦୦୯ ମସିହାରେ ସେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର କାଉନସିଲ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ I ନିଜର ମେଳାପୀ ଗୁଣ ଯୋଗୁଁ ସେ ବାରିପଦା ସହରରେ ଅଭୟ ଦା ନାଁ ରେ ବେଶ ପରିଚିତ ଥିଲେ I

