Img 20250818 wa0164

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ !  

ରାଜ୍ୟ
  • ଵ୍ଳକ ଫାଟକରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି
ବାରିପଦା: ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ  ଯାମଦା ଵ୍ଳକରେ ବିଡ଼ିଓ  ଦେବାଶିଷ ପଣ୍ଡା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ ଆଜି ସୋମବାର ଦିନ ଯାମଦା ବ୍ଲକ ଫାଟକରେ ତାଲା ଠୁଙ୍କିବା ସହ ଧାରଣାରେ ଵସିଛନ୍ତି ।ସୂଚନାଯୋଗ୍ୟ ଯାମଦା ବ୍ଳକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି ।ସରକାରଙ୍କ ଗାଇଡ ଲାଇନ ଅଛି ଜନପ୍ରତିନିଧି ଙ୍କ ଭାଗ ଷାଠିଏ ଏବଂ ବିଧାୟକଙ୍କ ଭାଗ ଚାଳିଶ ।କିନ୍ତୁ ବିଡ଼ିଓ କୌଣସି ନା କୌଣସି  ସରକାରଙ୍କ ଚାପରେ ପଡି ବିଧାୟକ ଭାଗ ଷାଠିଏ ଏବଂ ପ୍ରତିନିଧିଙ୍କ ଭାଗ ଚାଳିଶ  ବଣ୍ଟନ ନେଇ ଦିର୍ଘ ୪ ମାସ ହେଲା ଅଙ୍କ ଛିଡୁନି ।ଜନ ପ୍ରତିନିଧିଙ୍କ ମଧ୍ୟରେ ପ୍ରଵଳ ଅସନ୍ତୋଷ ଦାନା ବୃଦ୍ଧି ପାଇଛି ।ଅପରପକ୍ଷରେ ପଞ୍ଚାୟତ ସମିତି ବିଜେଡି ହାତରେ ଥିବାବେଳେ ବିଧାୟକ  ଏଵଂ ସରକାରରେ ବିଜେପି  ଅଛି ।ତେଣୁ ଛକାପଞ୍ଝା ରାଜନୀତିରେ ବିଡ଼ିଓ ମହାଶୟ ପେଶି ହେଉଛନ୍ତି ।ଧାରଣାରେ ବସିଥିବା ଜନପ୍ରତିନିଧି ଵିଡିଓ  ବିକଶିତ ଗ୍ରାମ ଓ ଵିକଶିତ ଓଡ଼ିଶାର କାମ ବଣ୍ଟନରେ ପାତର ଅନ୍ତର କରୁଛନ୍ତି ।ବିଡିଓ,ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ନିୟମିତ ଅଫିସ ଆସୁ ନାହାନ୍ତି ।ସମିତି ବୈଠକକୁ ବିଡ଼ିଓ  ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନ କରି ତାଙ୍କ  ଅଫିସ କାର୍ଯ୍ୟାଳୟରେ କରୁଛନ୍ତି ।ବିଧାୟକଙ୍କ ଚାପରେ ବିଡ଼ିଓ ଅଛନ୍ତି । କାର୍ଯ୍ୟାଦେଶ ଗୁଡିକମାସ  ମାସ ଧରି ଫାଇଲ  ଖୋଲା ଯାଉନାହିଁ ।ବିଡିଓ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଜନପ୍ରତିନିଧି ଙ୍କୁ ଅଣଦେଖା କରୁଛନ୍ତି ।ଏହାକୁ ନେଇ ବ୍ଳକ ଅଧ୍ୟକ୍ଷ ଓ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ତଦନ୍ତ କରାଯାଇ ସଠିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।ଘଟଣାସ୍ଥଳରେ ଚାପା ଉତ୍ତେଜନା ରହିଥିଲା ।ଧାରଣାକାରୀଙ୍କ ସହିତ ବିଡିଓ ଦେଵାଶିଷ ପଣ୍ଡା ଏବଂ ଯାମଦା ଥାନା ଅଧିକାରୀଣୀ ଵୁଝାସୁଝା କରିଥିବା ସତ୍ବେ କିଛି ନିଷ୍କର୍ଷ ବାହାରି ନ ଥିଲା । ବ୍ଲକରେ ବିଧାୟକଙ୍କ ଅଯଥା ହସ୍ତକ୍ଷେପ କୁ ଵରଦାସ୍ତ କରାଯିବନାହିଁ ବୋଲି ଧାରଣାରେ ବସିଥିବା ଜନପ୍ରତିନିଧି ଉଚ୍ଚ ସ୍ବରରେ କହିଥିଲେ ।ଅପରପକ୍ଷରେ ଆମେ ଯାହା କିଛି କରୁଛୁ କୌଣସି ବେଆଇନ କାମ କରୁନାହୁଁ ।ସରକାରଙ୍କ ନିର୍ଦ୍ଦେଶରେ ଆମେ କାମ କରୁଛୁ । ଆସନ୍ତାକାଲି ମଧ୍ୟ ଧାରଣା ଜାରି ରହିବ ବୋଲି ଧାରଣାକାରୀ ସୂଚନା ଦେଇଛନ୍ତି ।
Shrutilipi ad