Img 20250818 wa0152

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସ ଅନ୍ତେବାସୀ ପାଳନ କଲେ ଜନ୍ମାଷ୍ଟମୀ

ରାଜ୍ୟ
ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସର ଅନ୍ତେବାସୀଙ୍କ ଦ୍ୱାରା ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି I ଓଡିଶା ତଥା ଦେଶବିଦେଶରେ ଏହି ଉତ୍ସବ ପାଳିତ ହେଉଥିବାବେଳେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରାବାସର କୁନିକୁନି ପିଲାମାନେ କୃଷ୍ଣ, ରାଧା, ବଳରାମ, ସୁଦାମା, କଂସ, ଗୋପୀ ବେଶରେ ସୁସଜ୍ଜିତ ହୋଇ ମହା ଆନନ୍ଦଉଲ୍ଲାସରେ ନାଚ ଗୀତ ପରିବେଷଣ କରିଥିଲେ I ସମସ୍ତ ଅନ୍ତେବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ବେଶ ଆନନ୍ଦିତ ଅନୁଭବ କରୁଥିବାର ଲକ୍ଷ୍ୟ କରାଯାଇଥିଲା I ପିଲାମାନଙ୍କ ନାଚଗୀତରେ ବିଦ୍ୟାଳୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ପିଲାମାନେ ନିଜେନିଜେ ସଜବାଜ ହେଉଥିବାର ପରିଲକ୍ଷିତ ହୋଇଥିଲା I ପିଲାବେଳୁ ଆମ ପରମ୍ପରା ଓ ସଂସ୍କୃତିକୁ ଉପଲବ୍ଧି କରି ସେମାନଙ୍କ ମନରେ ଭକ୍ତି, ଆଧ୍ୟାତ୍ମିକ ଓ ନୈତିକତା ଭାବ ସୃଷ୍ଟି କରିବା ସକାଶେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଏ ବୋଲି ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ପ୍ରକାଶ କରିଥିଲେ I ୱାର୍ଡେନ ସରୋଜ କୁମାର ସାବତ, ଶିକ୍ଷକ ଗଣେଶ ବେହେରାଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I ଛାତ୍ରାବାସର ଶିକ୍ଷକ ରବି ମୁଣ୍ଡା, ଶିକ୍ଷୟତ୍ରୀ ନିରୁପମା ସାହୁ ତଥା ବାମାଚରଣ ବାନରା ଓ ଜିତେନ୍ ବାହାଦୁର ଲାମା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ I
Shrutilipi ad