Img 20250817 wa0147

ସ୍ୱାଧୀନତା ଦିବସ ଅବସରରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ
ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଓ ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋଙ୍କ ତତ୍ୱାବଧାନରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୪ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଭଲିବଲ ଦଳ ମା’ କିଚକେଶ୍ବରୀ ଭଲିବଲ ଦଳକୁ ୩-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ଜାତୀୟ ରେଫେରୀ ରାଜେଶ ଦାସ, ନିରଞ୍ଜନ ନାଏକ, ସ୍ନେହାଶିଷ ମହାନ୍ତି, ଦୀପକ ବେହେରା, ଅନିଲ କୁମାର ଗିରି, ହରିହର ମଲ୍ଲିକ ଖେଳ ପରିଚାଳନା କରିଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଲିବଲ ସମ୍ପାଦକ ପାର୍ଥସାରଥି ସ୍ୱାଇଁ, ସହ ସମ୍ପାଦକ ଅମ୍ବିକା ରାଉତ, କ୍ରୀଡା ସଂଗଠକ ଭାନୁପ୍ରସାଦ ଭଞ୍ଜଦେଓ, କ୍ରୀଡା ପ୍ରଶିକ୍ଷକ ନାରାୟଣ ପୋଦାର, ପ୍ରଭାସ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଚମ୍ପିୟାନ ଓ ରନର୍ସ ଆପ ଦଳ ସହ ଚନ୍ଦ୍ରଭାନୁ ସେଠି, ସଞ୍ଜୟ ମହାନ୍ତ, ମାନସ ନାୟକ, ମନୋଜ ସାହୁ ଓ ଖଗେଶ୍ୱର ପାତ୍ରଙ୍କୁ ଶ୍ରେଷ୍ଠ ଖେଳାଳିଭାବେ ପୁରସ୍କୃତ ହୋଇଥିଲେ I ଶାନ୍ତିଲତା ଜୀଉଙ୍କ ମାର୍ଗଦର୍ଶନରେ କୁନିକୁନି ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କ୍ରାଫ୍ଟ, ମ୍ୟୁଜିକ ଚେୟାର, ବେଲୁନ ରେସ, ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ଯୋଶୀ ଜୀଉ, ବାପୁନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I
Shrutilipi ad