Img 20250817 wa0154

ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ  ଧାନ ଫସଲ ନଷ୍ଟ

ରାଜ୍ୟ
ବାରିପଦା: ପିଛା ଛାଡ଼ୁନାହିଁ ହାତୀ ଆତଙ୍କ l ଝାଡ଼ଖଣ୍ଡୀ ହାତୀ ଙ୍କ ଉପଦ୍ରଵରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛନ୍ତି l ନିଜର କ୍ଷେତକୁ ସୁରକ୍ଷା ଦେବାକୁ ସେମାନେ ଅସମର୍ଥ l ବିଗତ କିଛି ଦିନହେଲା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଉପଦ୍ରଵ ସୀମା ଉଲଙ୍ଘନ କରିଅଛି l ମୟୂରଭଂଜ ଜିଲ୍ଲାର  ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମ ଏବଂ ପାଉଁଶିଆ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ  ଚାଷୀଙ୍କ ଧାନବିଲକୁ ଶନିବାର ରାତିରେ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ କହୁଛନ୍ତି ।ଚାଷୀମାନେ ହେଲେ ମାଙ୍ଗାତ ସୋରେନ,ସୁରେନ୍ଦ୍ର ହେମ୍ବ୍ରମ,କାରୁ ବାସ୍କେ ଏବଂ ଅନ୍ୟ ଚାଷୀବୃନ୍ଦ ।ଧାନବିଲ ନଷ୍ଟ ଦେଖି ଚାଷୀ ମୁଣ୍ଡରେ ହାତ ହାତ ଦେଇଛନ୍ତି ।ତେଣୁ ପ୍ରଶାସନ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସହାୟତା ରାଶି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Shrutilipi ad