Img 20250815 wa0378

ହାତିଆ ପଞ୍ଚାୟତର ଉଲିଡିହି  ଗ୍ରାମ୍ୟ ରାସ୍ତା ମରଣଯନ୍ତା

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତିଆ ପଞ୍ଚାୟତର ହାତିଆ ର ଉଲିଡିହି ସାହି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି | ବର୍ଷା ଯୋଗୁଁ ପକା ରାସ୍ତାଟି ଅତି ଖରାପ ହୋଇଥିବାରୁ  ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି |  ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି।
ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l ତେଣୁ ଆଗାମୀ ଦିନରେ ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତାକୁ ପକ୍କା ସଡ଼କରେ ପରିଣତ ନ କଲେ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି |
Shrutilipi ad