Photo for the news of agarpara college

ବ୍ୟତିକ୍ରମ : ଆଗରପଡ଼ା କଲେଜ ପାଳିଲା ୭୮ତମ ସ୍ୱାଧୀନତା ଦିବସ 

ରାଜ୍ୟ

ଆଗରପଡ଼ା  : ସାରା ଭାରତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଆଗରପଡ଼ା କଲେଜ କାଗଜକଲମରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଲେଜ ଅଧ୍ୟକ୍ଷ ୧୪ତାରିଖରେ କଲେଜର ବିଭିନ୍ନ ବିଭାଗକୁ ୧୫ତାରିଖ ଦିନ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସବିଶେଷ ବିବରଣୀ ସମେତ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାପଡ଼ିଛି ।

ଅଧ୍ୟକ୍ଷଙ୍କ ଏହିପରି ଭୂଲକୁ ସାଧାରଣରେ ନିନ୍ଦା କରାଯାଇଛି । ଏଠାରେ ପ୍ରକାଶ ଥାଉକି, ଅଧ୍ୟକ୍ଷ ବିଭିନ୍ନ ସମୟରେ କଲେଜର ପରିଚାଳନା ଗତ ତୃଟି ନିମନ୍ତେ ସମାଲୋଚନାର ଶିକାର ହୋଇ ଆସିଛନ୍ତି ।

Shrutilipi ad