ବାରିପଦା : ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ଜିଲ୍ଳାପାଳ ଶ୍ରୀ ହେମକାନ୍ତ ସୟ ଫାଇଲେରିଆ ଔଷଧ ସେବନ କରି ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଏହି ଔଷଧ ସେବନ କରିବା ପାଇଁ ନିବେଦନ କରିଥିଲେ ଏବଂ ସମସ୍ତଙ୍କୁ ଖାଦ୍ୟ ଖାଇସାରିବା ପରେ ଆଇଭରମେକ୍ଟିନ ,ଡି . ଇ. ସି , ଆଲବେଣ୍ଡାଜଲ ବଟିକା ଖାଇଲେ ଆମକୁ ଗୋଦର ଗୋଡ଼ , ହାଇଡ୍ରୋସିଲ ଭଳି ମାରାତ୍ମକ ରୋଗ ହେବ ନାହିଁ ବୋଲି କହିଥିଲେ | ଏହି ଔଷଧ ଆମେ ସମସ୍ତେ ସେବନ କରି ଆମ ମୟୂରଭଞ୍ଜ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଆହ୍ୱାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁନୁତୁ ପାଲୀ ଔଷଧ ସେବନ କରିବା ସହିତ , ପର୍ଯ୍ୟାୟ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଉପଜିଲ୍ଲାପାଳ ବାରିପଦା , ଡ଼କ୍ଟର ଦୟାସିନ୍ଧୁ ପରିଡ଼ା ,ନିର୍ବାହୀ ଅଧିକାରୀ, ବାରିପଦା ମ୍ୟୁନିସିପାଲଟିର ଶ୍ରୀ ଅଭିଷେକ ପଣ୍ଡା ତାପରେ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଫାଇଲେରିଆ ଔଷଧ ସେବନ କରିଥିଲେ | ଏହି ଅଭିଯାନରେ ରାଜ୍ୟସ୍ତରରୁ ଆସିଥିବା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ଦେବକାନ୍ତ ସନ୍ଧିବିଗ୍ରହ , ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ଜୋନାଲ ସ୍ତରୀୟ ଅଧିକାରୀ ଡା . ନୀଶିଥ ରଞ୍ଜନ ଦାସ , ସେଣ୍ଟ୍ରାଲ ଟିମର ଅଧିକାରୀ, ରାଜ୍ୟ କୀଟତତ୍ବବିତ ଶ୍ରୀ ଦୀପ୍ତି ମହାପାତ୍ର , ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ଜିଲ୍ଲା ଅର୍ଥ ଓ ଉପକରଣ ସହଯୋଗୀ ଶ୍ରୀ ଗୋପବନ୍ଧୁ ଗିରି , ଡି ଇ ଓ ଇଏନଟିଡ଼ି ପିସିଆ ରାଜୀବ ଲୋଚନ ଜେନା ଏବଂ ଅନ୍ୟ ସହକର୍ମୀ ମାନେ ଉପସ୍ଥିତ ଥିଲେ |

