ବାରିପଦା: ଶୋଷଣ, କଷଣ, ଅତ୍ଯାଚାରରୁ ମୁକ୍ତି ସହ ସମାଜବାଦୀ ସମାଜ ଗଠନ ଦିଗରେ ନିଷ୍ଠାପର ସଂଘର୍ଷରେ, ତ୍ୟାଗ ଓ ଆତ୍ମ ଵଳିଦାନର ଶହେ ବର୍ଷରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ତିରିଙ୍ଗ୍ ଆଞ୍ଚଳିକ ସମ୍ମିଳନୀ ଆଜି ବଡ଼ସାଦମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ତ୍ରୀନାଥ ପାତ୍ର ସମ୍ମିଳନୀର ପତାକା ଉତ୍ତୋଳନ କଲା ପରେ ପାର୍ବତୀ ମୁର୍ମୁ, ଶରତ ବିନ୍ଧାଣୀ ଓ ଦୁର୍ଗା ମାରାଣ୍ଡିଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚିଳନା କରିଥିଲେ। ଏହି ସମ୍ମିଳନୀ କୁ ଉଦଘାଟନ କରି ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ କମ୍ରେଡ୍ ଜୟନ୍ତ ଦାସ କହିଥିଲେ କି ଦେଶର କଷ୍ଟ ଲବ୍ଧ ସ୍ଵାଧୀନତା ଓ ଗଣତନ୍ତ୍ରକୁ ବିପନ୍ନ କରିଛି ବିଜେପି ସରକାର। ସାମ୍ବିଧାନିକ ଅନୁଷ୍ଠାନ ସିବିଆଇ, ଇଡି, ନିର୍ବାଚନ କମିଶନ ଇତ୍ଯାଦିକୁ ବିଜେପି ସ୍ବାର୍ଥରେ ବିନିଯୋଗ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ଵଂସ କରିବା ସହ ଜନଗଣଙ୍କ ଉପରେ ଏକଛତ୍ରଵାଦୀ ଅତ୍ୟାଚାର ଜାହିର କରିଚାଲିଛନ୍ତି, ଅପର ପକ୍ଷରେ ତୃତୀୟ ବିଶ୍ଵର ନେତୃତ୍ଵ ନେଉଥିବା ଭାରତକୁ ବିଜେପି ଏକ ଘରକିଆ କରାଇ ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପଙ୍କ ଅସାଧୁ ଵନ୍ଧୁତା କରି ଆଦାନୀ ଙ୍କ ସୁରକ୍ଷା ପାଇଁ ଭାରତୀୟ ଜନଗଣଙ୍କ ଉପରେ ଆମେରିକୀୟ ତାରିଫ୍ ବୋଝ ଲଦା ଯାଇଛି। ନିର୍ବାଚନ କମିଶନ ମାଧ୍ଯମରେ ଭୋଟ ଚୋରୀ କରି କ୍ଷମତାରେ ଥିବା ବିଜେପିକୁ ପରାଜିତ କରିବା ପାଇଁ ସମସ୍ତ ବାମ ଗଣତାନ୍ତ୍ରୀକ ଓ ଧର୍ମ ନିରପେକ୍ଷ ଦଳ ଐକ୍ଯଵଦ୍ଧ ସଂଘର୍ଷରେ ସାମିଲ ହେବାକୁ ଆହ୍ଵାନ ଦେଇ ସିପିଆଇ ର ୨୪ତମ ରାଜ୍ଯ ସମ୍ମିଳନୀର ପ୍ରଥମ ଦିନ ୪ସେପ୍ଟେମ୍ଵର ପୁର୍ଵାହ୍ନରେ ବିଶାଳ ସଂଘର୍ଷ ସଂକଳ୍ପ ସମାଵେଶରେ ତିରିଙ୍ଗି ଅଞ୍ଚଳରୁ ବହୁ ସଂଖ୍ୟାରେ ଯୋଗ ଦେଵାକୁ ଆହ୍ଵାନ ଦେଇଥିଲେ। ଗତ ତିନି ବର୍ଷର ମୈାଖିକ ରିପୋର୍ଟ ଅଞ୍ଚଳ ସମ୍ପାଦକ କମ୍ରେଡ୍ ପାରାଉ ହାଁସଦା ଉପସ୍ଥାପନ କରିଥିଲେ। ଜିଲ୍ଲା ସମ୍ପାଦକ କମ୍ରେଡ୍ ଜଗବନ୍ଧୁ ମିଶ୍ର ତିରିଙ୍ଗ ସାଂଗଠନିକ ଢାଞ୍ଚାକୁ ସୁଦୃଢ କରିବା ପାଇଁ ୨୧ -୨୨ ଅଗଷ୍ଟ ମୟୁରଭଞ୍ଜ ଜିଲ୍ଲା ସମ୍ମିଳନୀରେ ତିରିଙ୍ଗ୍ ସାଥିମାନେ ଅଧିକ ସଂଖ୍ୟାରେ ଯୋଗ ଦେଵାକୁ ପରାମର୍ଶ ଦେଇଥିଲେ। ଆଗାମୀ ଜିଲ୍ଲା ସମ୍ମିଳନୀ ପାଇଁ ପ୍ରତିନିଧି ନିର୍ବାଚନ ସହ ୧୫ ଜଣିଆ ଅଞ୍ଚଳ କମିଟି ଓ ଏଥିମଧ୍ଯରୁ ଅଞ୍ଚଳ ସମ୍ପାଦକ ଭାଵେ ପାରାଉ ହାଁସଦା, ସହ ସମ୍ପାଦକ ଭାବେ ଶରତ ଚନ୍ଦ୍ର ବିନ୍ଧାଣୀ ଓ ପାର୍ବତୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ସମ୍ମିଳନୀ ଶେଷରେ ପତାକାକୁ ତ୍ରୀନାଥ ପାତ୍ର ଅବତରଣ କରି ନବନିର୍ବାଚିତ କର୍ମକର୍ତ୍ତାଙ୍କ ହାତରେ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତୀଶ ଦଳ, ପଦ୍ମାବତୀ ପାତ୍ର, ନିନୀଵାଵୁ ଦଳ, ରାମ ଧର, ବିଷ୍ଣୁପ୍ରିୟା ଧଳ, ରାଇମଣୀ ପାତ୍ର ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

