ବାରିପଦା : ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଭିତରଆମଦା ପଞ୍ଚାୟତର ରୁତୁଘୁଟୁ ଗ୍ରାମ ଲୋକସଂଖ୍ୟା ୩୦୦୦ ରୁ ଉର୍ଦ୍ଧ୍ବ ।ଏହି ଗ୍ରାମଟି ବଡ଼ ଗ୍ରାମ ଅଟେ ।ଏହା ୭ ଟି ସାହିକୁ ନେଇ ଗଠିତ ।ସେହି ସାହି ଗୁଡାକ ମଧ୍ଯରୁ ଉପରସାହି,ତଳସାହି,କଚା ସାହି,ସ୍କୁଲ ସାହି ର ରାସ୍ତା ଦିର୍ଘବର୍ଷ ହେଲା ମରାମତି ହୋଇନାହିଁ ।ସବୁ ରାସ୍ତାଗୁଡିକରେ ଚାଲିବା କଷ୍ଟ ।ତନ୍ମଧ୍ଯରୁ ତଳସାହି ରାସ୍ତା କାଦୁଅ ପଚ୍ ପଚ୍ ।ରାସ୍ତାରେ ଯିବା କଷ୍ଟକର ଅଟେ ।ଏହି ରାସ୍ତା ନିର୍ମାଣ ପାଇଁ ବିଧାୟକ ,ସରପଞ୍ଚ,ବିଡ଼ିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନେଉନାହାନ୍ତି ।ତେଣୁ ବାଧ୍ଯ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଏକ ଲିଖିତ ଅଭିଯୋଗ କରିଛିନ୍ତି ।

