Img 20250809 wa0181

ଗଜ ବନ୍ଧୁ ଅଭିଯାନ ର ଶୁଭାରମ୍ଭ, ହାତୀ ଏବଂ ମଣିଷ ମଧ୍ୟରେ ସହବସ୍ଥାନ ମୂଳ ଲକ୍ଷ୍ୟ ସହିତ ଉଭୟଙ୍କ ମୃତ୍ୟୁ ଶୂନ ରହିବ

ରାଜ୍ୟ
ବାରିପଦା – ହାତୀ ଓ ମଣିଷ ମଧ୍ୟରେ ବଢୁଥିବା ବିବାଦ  ବର୍ତମାନ ସମୟରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ସରକାରୀ ସ୍ତର ରେ ଲୋକଙ୍କ କ୍ଷୟ କ୍ଷତି ର ଭରଣା ପାଇଁ ବ୍ୟବସ୍ଥା କରାଯାଉ ଅଛି।ହାତୀ ର ସଠିକ୍ ଉପସ୍ଥିତି, କ୍ଷୟ କ୍ଷତି ର ସଠିକ୍ ମୂଲ୍ୟାୟନ, ହାତୀ କୁ କ୍ଷତି ନ ପହଞ୍ଚାଇବା ଓ ହାତୀ ସମ୍ପର୍କ ରେ ବ୍ୟାପକ ସଚେତନତା କରାଯିବାକୁ ନିଷ୍ପତି ଗ୍ରହଣ କରା ଯାଇଥିଲା। ଗଜ ବନ୍ଧୁ ଅଭିଯାନ ହାତୀ ମଣିଷ ବିବାଦ କୁ ହ୍ରାସ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ଏଥିରେ ଗ୍ରାମବାସୀ, ପଞ୍ଚାୟତ ର ପ୍ରତିନିଧି, ଯୁବକ ସଂଘ,ମହିଳା ଗୋଷ୍ଠୀ, ପୋଲିସ ପ୍ରଶାସନ, ବିଜୁଳି ବିଭାଗ,ସ୍କୁଲ ଓ କଲେଜ ପିଲାମାନଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ନେଇ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସର ର ସଂକଳ୍ପ ସମ୍ମିଳନୀ କକ୍ଷ ରେ ଗଜ ବନ୍ଧୁ ଅଭିଯାନ ର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ପୂର୍ବତନ ବନଖଣ୍ଡ ଅଧିକାରୀ ଶ୍ରୀ ଉମା ମହେଶ,ବାରିପଦା ନଗର ପାଳ ଶ୍ରୀ କୃଷ୍ନାନନ୍ଦ ମହାନ୍ତି ଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ଯାହାକି କାର୍ଯ୍ୟକ୍ରମ କୁ ଆହୁରି ମଜବୁତ କରିବାରେ ସହାୟକ ହେବ।
ପରିବେଶ ପ୍ରହରୀ ଓ ସ୍ପାର୍ଡା ଓ ବାରିପଦା ବନଖଣ୍ଡ ର ମିଳିତ ଆନୁକୁଲ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଉଛି।ଉଭୟ ହାତୀ ଏବଂ ମଣିଷଙ୍କ ମୃତ୍ୟୁ ସଂଖ୍ୟା କୁ ଶୂନ୍ୟ ରେ ରଖିବା ଓ ହାତୀ ଓ ମଣିଷ ମଧ୍ୟ ରେ ସହାବସ୍ଥାନ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ରହିବ l
Shrutilipi ad