ବାରିପଦା : ଆସେକା( ଆଦିବାସୀ ସାମାଜିକ,ଶିକ୍ଷା ଏବଂ ସାଂସ୍କୃତିକ ସଂଗଠନ) ଆନୁକୁଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ୪ ଦଫା ଦାବି ନେଇ ଏକ ଵିଶାଳ ଆଦିବାସୀ ବିକ୍ଷୋଭ ଆଜି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ସହରକୁ ସବୁଜ ବନାନୀ ଦାଣ୍ଡବୋଷ,ଆନନ୍ଦପୁର ଏବଂ କଣ୍ଟାବଣୀ ଗ୍ରାମରେ ରୁଙ୍ଗଟା ମେଟାଲ ଏବଂ ଷ୍ଟିଲ କମ୍ପାନୀ କେପଟିଭ ପାଓ୍ଵାର ପ୍ୟାଣ୍ଟ୍ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି । ନିକଟରେ ପ୍ରଶାସନ ତରଫରୁ କଣ୍ଟାବଣୀ ଗ୍ରାମର ପଲ୍ଲୀସଭା କରାଯାଇଥିଲା ।ଆଦିବାସୀମାନଙ୍କ ଅଭିଯୋଗ ପଲ୍ଲୀସଭାରେ ଚଞ୍ଚକତା କରାଯାଇଥିଲା ।
।ଯାହାକୁ ଆଦିବାସୀମାନେ ବିରୋଧ କରିବାରୁ ରାଇରଙ୍ଗପୁର ବ୍ଳକ ପରିସରରେ ପୋଲିସ ତରଫରୁ ନିରିହ ଆଦିବାସୀ ଏବଂ ସୋସିଆଲ ମିଡ଼ିଆ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆସେକା ତରଫରୁ କଣ୍ଟାବଣି,ଦାଣ୍ଡଵୋଷ,ଆନନ୍ଦପୁର ଗ୍ରାମଵାସୀ,ବିଭିନ୍ନ ରାଜନୈତିକ ଦଳର ନେତୃଵୃନ୍ଦ ,ବିଭିନ୍ନ ଆଦିବାସୀ ସଂଗଠନ ତରଫରୁ ଏକ ମିଳିତ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦାଣ୍ଡବୋଷ ଗ୍ରାମ ରୁ ଆଦିବାସୀ ଆବାଳ ବୃଦ୍ଧ ବନିତା ନିଜର ପାରମ୍ପରିକ ବେଶଭୂଷାରେ ୪ କିମି ଏକ ବିଶାଳ ପଦଯାତ୍ରାରେ ଦାଣ୍ଡବୋଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ ।ହାତରେ ଧନୁ,ତୀର,ଅସ୍ତ୍ର ଶସ୍ତ୍ର ଧରି ପାରମ୍ପାରିକ ବେଶଭୂଷା,ଢୋଲ,ଧୁମସା ବଜାଇ ଶୋଭାଯାତ୍ରାରେ ପହଞ୍ଚୀଥିଲେ ।ସେଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ରୁଙ୍ଗଟା ମେଟାଲ ଏଣ୍ଡ ଷ୍ଟିଲ କମ୍ପାନୀକୁ ଜମିନ ଦେବା ନେଇ ଗର୍ଜିଥିଲେ ।
ଏଠି ନିରିହ ଆଦିବାସୀଙ୍କ ମୂଲ୍ୟବାନ ଜମିକୁ ରୁଙ୍ଗଟା କମ୍ପାନୀକୁ ହସ୍ତାନ୍ତର କରା ନ ଯାଉ ।ଜଙ୍ଗଲ,ଜମି ,ମାଟି ଆଦିବାସୀଙ୍କ ୫ ମ ସ୍ଯୁଡ୍ଯୁଲ ଅଂଚଳର ।ଗ୍ରାମସଭାରେ ସ୍ବଛତା ଅବଲମ୍ବନ କରାଯାଉ, । ନିରିହ ଆଦିବାସୀଙ୍କ ଉପରେ ପୋଲିସର ଲାଠି ଚାଳନା ବନ୍ଦ ହେଉ ,ରାଷ୍ଟ୍ରପତିଙ୍କ ସହରରେ ପ୍ଲାଣ୍ଟ ପ୍ରତିଷ୍ଠା କରା ନ ଯାଉ ।ପେସା ଆଇନ କାର୍ଯ୍ୟକାରୀ କରାଯାଉ ।ଏହି ଐତିହ୍ୟ ପୀଠର ସୁରକ୍ଷା ସଂସ୍କୃତି,କାପିବୁରୁ ପାହାଡ଼,ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାଧନା ପୀଠ ର ସୁରକ୍ଷା,ଗୁଣ୍ଡୁରିଆ ଶହୀଦ ପୀଠର ସୁରକ୍ଷା ଦାବିନେଇ ଗର୍ଜିଥିଲେ ଆଦିବାସୀ । ପରେ ମୟୂରଭଂଜ ସାସଂଦ ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏବଂ ରାଇରଙ୍ଗପୁର ପ୍ରାକ୍ତନ ବିଡ଼ିଓଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ପରେ ୪ ଦଫା ଦାବି ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୌମ୍ଯ ରଞନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆସେକା ସଂପାଦକ ଜୀତେନ୍ଦ୍ର ନାଥ ବାସ୍କେ ,ଝାମୁମୋ ପ୍ରବକ୍ତା ସୁନିଲ ମାଝୀ,ସାଲୁ କିସ୍କୁ ,କଂଗ୍ରେସ ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝି,ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା,ଜିଲ୍ଲାପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଘାସିରାମ ମୁର୍ମୁ,ସିଦ୍ଧିଲାଭ ମୁର୍ମୁ,ଘନଶ୍ୟାମ ପିଙ୍ଗୁଆ,ପାର୍ବତୀ ବିରୁଆ ସମେତ ବହୁ ଵିଭିନ୍ନ ସଂଗଠନର ଆଦିବାସୀ ନେତୃବୃନ୍ଦ ସାମିଲ ହୋଇଥିଲେ ।

