ବାରିପଦା : ୭୯ତମ ସ୍ୱାଧୀନତା ଦିବସ ପାଳନ ଅବbସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | “ମାନବ ହିତରେ ନିମ୍ବବୃକ୍ଷର ଭୁମିକା” ବିଷୟବସ୍ତୁ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଅତିସୁନ୍ଦର ଭାବେ ନିଜନିଜର ମତ ପୋଷଣ କରିଥିଲେ ଓ ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | ଅଧ୍ୟାପିକା ସୃତିରେଖା ଗିରି, ଅଧ୍ୟାପକ ଡଃ ଜୟଦେବ ସାହୁ ଓ ଶିକ୍ଷକ ସୋମନାଥ ସିଂହ ବିଚାରକ ଭାବେ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ | ଏମ ପି ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଚୀ ବେହେରା ଓ ଭଗବାନ ଧଡ଼ା ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଲିଜା ବର୍ଦ୍ଧନ ୩ୟ ସ୍ଥାନ ଅଧିକାର କରିଥିଲେ | ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ୩ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକ ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି | ଏହି ଅବସରରେ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ମାଝିଙ୍କ ନେତୃତ୍ୱରେ ଅନୁଷ୍ଠାନର ପରିସରରେ ଛାତ୍ରଛାତ୍ରୀଙ୍କ ଗହଣରେ ନିମ୍ବଚାରା ରୋପଣ କରାଯାଇଥିଲା | ଅଧ୍ୟାପକ ଡଃ ସୁଦର୍ଶନ ସିଂହଙ୍କ ସମେତ ସଂସ୍ଥାର ସଦସ୍ୟ ଅଜିତ କୁମାର କବାଟ, ଡଃ ନିରୋଜ କୁମାର ପୋଥାଳ, ବୀରକିଶୋର କୁଅଁର, ସର୍ଦ୍ଦାର ହରିଚନ୍ଦନ, ରାଜେନ୍ଦ୍ର କୁମାର ରାଉତ, ମାନସ ବାଗ, ଭାସ୍ବତୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ରଂଜିତା ଦଳେଇ, ନିଭା ସାହୁ ତଥା ସେଭ ଆର୍ଥ ମିଶନର ଜିଲ୍ଲା ସଭାପତି ତାପସ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

