Mixcollage 03 aug 2025 12 49 pm

ଗିରଫ ହେଲେ କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା

ରାଜ୍ୟ

ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଗୁଡ଼ିଡ଼ିହ ଗାଁରେ ଥିବା ହାଂସଦାଙ୍କ ପୈତୃକ ବାସଭବନ, ବୌଦ୍ଧସ୍ଥିତ ଭଡ଼ାଘର, ଆର୍‌ଟିଓ କାର୍ଯ୍ୟାଳୟ, ବାରିପଦା ଓ ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ଝିଅ ରହୁଥିବା ଫ୍ଲାଟ୍‌ ସହ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଚଢାଉ ବେଳେ ଏମଭିଆଇ ହାଂସଦାଙ୍କର ୪୪ଟି ପ୍ଲଟ୍ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି । ଚଢାଉ ବେଳେ ଭିଜିଲାନ୍ସ ଟିମ୍ ହାଂସଦାଙ୍କ ଘରୁ ଏକ ଡାଏରୀ ଜବତ କରିଛି ଯେଉଁଥିରେ ସେ ବିଭିନ୍ନ ସୂତ୍ରରୁ ଆୟ କରିଥିବା ବେନାମୀ ଆର୍ଥିକ କାରବାରର ତଥ୍ୟ ରହିଛି। ଯାହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

ଏଥିସହ ତାଙ୍କର ବ୍ୟାଙ୍କ, ପୋଷ୍ଟାଲ୍‌ ଓ ବୀମା ରାଶି ଜମା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କର ଗୋଟିଏ କାର୍‌ ଓ ୩ଟି ବାଇକ୍ ରହିଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ବୃଦ୍ଧି ପାଇପାରେ ବୋଲି ଭିଜିଲାନ୍ସ ସୂତ୍ରରୁ କୁହାଯାଇଛି।

ତେବେ ୧୯୯୧ ମସିହାରେ ଡିଆଇସି ସମ୍ବଲପୁର କାର୍ଯ୍ୟାଳୟରେ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋସନ୍ ଅଫିସର) ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିବା ଶ୍ରୀ ହାଁସଦା ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ କନିଷ୍ଠ ମୋଟରଯାନ ନିରୀକ୍ଷକ ଓ ୨୦୨୦ରେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇଥିଲେ। ଏବେ ତାଙ୍କର ମାସିକ ଦରମା ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

Shrutilipi ad