Mixcollage 03 aug 2025 03 43 pm

ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା, ସମସ୍ତେ ସୁରକ୍ଷିତ ଉଦ୍ଧାର

ରାଜ୍ୟ

ଭୋଗରାଇ: ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା। ସମସ୍ତଙ୍କୁ ଉଦ୍ଧାର କଲା ପୋଲିସ ।  ଶନିବାର ସକାଳେ ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି ଏବଂ ଚୌମୁଖ ଗ୍ରାମର ଜଗନ୍ନାଥ ପାଳ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ।

ସେମାନଙ୍କୁ ଖୋଜିବା ପାଇଁ ୫ଟି ଟିମ ଗଠନ କରାଯାଇ ସର୍ଚ୍ଚ ଅପେରେସନ ଆରମ୍ଭ କରାଯାଇଥିଲା। ଡ୍ରୋନ ମାଧ୍ୟମରେ ଖୋଜିବା ସହିତ ଲୋକଙ୍କୁ ମଧ୍ୟ ସଚେତନ କରାଇଥିଲା ତାଳସାରି ସାମୁଦ୍ରିକ ପୋଲିସ । ତେବେ ଏହି ଅପରେସନ ସଫଳ ହୋଇଛି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ବାଲିଆପାଳ ବ୍ଲକ ଅନ୍ତର୍ଗତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବୀନ୍ଦ୍ର ଗିରି ଏବଂ ଜଗନ୍ନାଥ ପାଲ ନାମକ ଏକ ପରିବାରର ଚାରି ଜଣ ସଦସ୍ୟ ଶନିବାର ସକାଳ ପ୍ରାୟ ୮ଟା ସମୟରେ ଏକ ମୋଟରବୋଟ୍ ଯୋଗେ ମାଛ ଧରିବାକୁ ବାହାରିଥିଲେ। ସେମାନେ ମଧ୍ୟାହ୍ନ ସୁଦ୍ଧା ଘରକୁ ଫେରିବାର ଆଶା କରାଯାଉଥିଲା। କିନ୍ତୁ ସେମାନେ ଅପରାହ୍ନ ୩-୪ଟା ସୁଦ୍ଧା ମଧ୍ୟ ଫେରିନଥିଲେ। ଯାହାପରେ ସେମାନଙ୍କ ପରିବାରର ସଦସ୍ୟମାନେ ଅଘଟଣ ଆଶଙ୍କା କରି ବାଲିଆପାଳ ଅଗ୍ନିଶମ ବିଭାଗ ଏବଂ ବାଲିଆପାଳ ପୋଲିସକୁ ସୂଚନା ଦେଇଥିଲେ।

Shrutilipi ad