ଆଗରପଡ଼ା :ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜନୈକ ଟ୍ରକ ମାଲିକ ଆହତ ହୋଇ ଆଗରପଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ;ଗୁରୁବାର ଖଇରା ଥାନା ଅନ୍ତର୍ଗତ ଓଝାପୋଖରୀ ଗ୍ରାମର ରବିନ୍ଦ୍ର ବେହେରା(୫୦)ନିଜ ଟ୍ରକ ନଂ ଓଆର-୦୯ କେ-୫୯୫୯ କୁ ନିଜେ ଚଲାଇ ଆଗରପଡ଼ାକୁ ଧାନ ନେବା ପାଇଁ ଆସିଥିଲେ । ଟ୍ରକରେ ଧାନ ବୋଝେଇ ହେବା ପୂର୍ବରୁ ଟ୍ରକ କ୍ୟାବିନରେ ଥିବା ତାର୍ପୋଲିନ ଖୋଲିବାକୁ ସେ ଉପରକୁ ଚଢ଼ିଥିଲେ ।ଅନ୍ୟମନସ୍କବଶତଃ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଚାଲି ଆସିଥିଲେ ।ତାଙ୍କ ମୁଣ୍ଡ କିଛି ସମୟ ପର୍ଯ୍ୟନ୍ତ ତାର ରେ ଲାଗିବା ପରେ ସେ ଛିଟିକି ତଳେ ପଡ଼ି ଯାଇଥିଲେ । ଏଥିରେ ତାଙ୍କ ମୁଣ୍ଡ, ଛାତି ସମେତ ଶରୀରର ଅନ୍ୟ ଭାଗରେ ଗଭୀର ଆଘାତ ଲାଗି ଥିବାର ଜଣାପଡ଼ିଛି ।

