Up link 1608636239

ଗାଡ଼ି ଚାଳକ ସାବଧାନ, ଚାଲାଣ ପୈଠ ନ କଲେ ବାତିଲ୍ ହେବ ଗାଡ଼ିର ରେଜିଷ୍ଟ୍ରେସନ

ରାଜ୍ୟ

କଟକ: ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି ଫାଇନ ପୈଠ ନକରନ୍ତି ତେବେ ସଂପୃକ୍ତ ଗାଡ଼ିର ରେଜିଷ୍ଟ୍ରେସନକୁ ବାତିଲ୍ କରାଯିବ। ତେବେ ଖିଲାପ କରିଥିବା ଏବେ ସୁଦ୍ଧା ୨୦୦୦ ଗାଡି ମାଲିକଙ୍କୁ ନୋଟିସ କରାଯାଇଛି ।
୧୦ ହଜାରରୁ ଅଧିକ ଗଡିମାଲିକଙ୍କୁ ଏଭଳି ପର୍ଯ୍ୟାୟକ୍ରମେ କରାଯିବ ନୋଟିସ। ଯେଉଁ ମାନେ ଏଥିରେ ଖିଲାପ କରିଛନ୍ତି ପରିବହନ ବିଭାଗ ପକ୍ଷରୁ ତାଙ୍କର ତାଲିକା ପ୍ରସ୍ତୁତ କରାଯାଇଛି ଆଗାମୀ ଦୁଇ ମାସ ଭିତରେ ଏହି ନୋଟିସ ସବୁ ପଠାଯିବ। ଏହି ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଚାଲାଣ କରିଥିବା ଅର୍ଥ ପଇଠ କରିବା ପାଇଁ ପଡିବ। ଯଦି ଗାଡ଼ି ମାଲିକ ଏହାକୁ ଖିଲାପ କରନ୍ତି ତେବେ ଗାଡ଼ି ରେଜିଷ୍ଟ୍ରେସନ୍ ବାତିଲ ହେବ।
ଯେଉଁ ଗାଡ଼ି ଗୁଡ଼ିକର ଫିଟନେସ, ପରମିଟ, ଇନସ୍ୟୁରାନ୍ସ, ପଲ୍ୟୁସନ ନଥିବ ସେହି ଗାଡ଼ି ଗୁଡ଼ିକ ଇ ଡିଟେକ୍ସନ୍ ମାଧ୍ୟମରେ ବିଭିନ୍ନ ଟୋଲ ଗେଟରେ ଧରାପଡ଼ିବା ସହ ସେମାନଙ୍କ ଚାଲାଣ କଟାଯିବ। ଆଉ ଏହି ଚାଲାଣ ପାଞ୍ଚରୁ ଅଧିକ ହେଲେ ଏବଂ ଗାଡ଼ି ମାଲିକ ଏହାକୁ ପଇଠ ନ କଲେ ରେଜିଷ୍ଟେଶନ ବାତିଲ କରାଯିବ ବୋଲି ପରିବହନ ବିଭାଗ ଏନଫୋର୍ସମେଣ୍ଟର ଅତିରିକ୍ତ କମିଶନର ଲାଲ ମୋହନ ସେଠୀ ସୂଚନା ଦେଇଛନ୍ତି।

Shrutilipi ad