ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ କପାଳୀ କ୍ଷେତ୍ରଠାରେ ଅବସ୍ଥିତ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପରିସରରେ ଭାରତୀୟ ଶିକ୍ଷାପରିଷଦ ଭୁବନେଶ୍ୱର ପକ୍ଷରୁ ଆଂଚଳିକ କମିଟି ବୈଠକ ରବିିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ସଭାପତି ସୂର୍ଯ୍ୟମଣି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥିଭାବେ ଭାତୀୟ ଶିକ୍ଷାପରିଷଦ ସଂପାଦକ ରବିନାରାୟଣ ଜେନା, ଶିକ୍ଷାପରିଷଦର ପରୀକ୍ଷା ପ୍ରମୁଖ ପ୍ରଦୀପ କୁମାର ପାଣି,ପ୍ରଶିକ୍ଷକ ବାବାଜୀ କୁମାର,କାର୍ଯ୍ୟାଳୟ ସଂପାଦକ ବିଚିତ୍ରା ନଂଦ ସ୍ୱାଇଁ ,ମହେଶ୍ୱର ଜେନା,ପ୍ରଫୁଲ ନାୟକ, ପ୍ରମୁଖ ଶିକ୍ଷାପରିଷଦର ଶିକ୍ଷାଦାନର ଦ୍ୱାରା କିପରି ଛାତ୍ରଛାତ୍ରୀଙ୍କର ଜ୍ଞାନ ବୃଦ୍ଧିହୋଇ ପାରିବ ତାହାର ପଦ୍ଧତି ,ନୁତନ ଶିକ୍ଷା ଆଇନ ଧାରା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର, କମିଟି ସଦସ୍ୟ ପତଞ୍ଜଳି କରଶର୍ମା,ଜ୍ଞାନଦା କରଶର୍ମା, ରିବନ୍ଦ୍ର ନାଥ ରାଉତ,ଅର୍ଜୁନ ବାରିକ, ଗରୁଜି ପ୍ରଶନ୍ନ କୁମାର ରଥ,ସୁନଲ ରାଉଳ, ଗୁରୁମା ଦମୟନ୍ତି ପାଣିଗ୍ରାହୀ ,ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ସଶ୍ମିତା ପତି,ସବିତା ଦାସ ,ରେବତୀ ବାରିକ,ଙ୍କସହ ଭଦ୍ରକ ଜିଲାର ଥିବା ବିଭିନ୍ନ ବିବେକାନନ୍ଦ ଶିଶୁମନ୍ଦିରର କର୍ମକର୍ତ୍ତା ଓ ଗୁରୁଜୀ/ଗୁରୁମା ମାନେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ।

