Q

ଭଗାବେଡା-ସାନକୁଲେଇବିରା ଆର .ଡି.ରୋଡର  ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

ରାଜ୍ୟ
ବାରିପଦା  :ଲଘୁଚାପ ଜନିତ ବର୍ଷା ଯୋଗୁଁ  ନଦୀ,ନାଳ,ନନଜୋରିରେ  ଜଳ ସ୍ତର ବୃଦ୍ଧି ପାଉଛି ।ପାହାଡରୁ ପାଣି ଆସି ଜଳସ୍ତର ବଢ଼ାଉଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ।ଅନ୍ୟ କିଛି ସ୍ଥାନ  ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଚାଳ,ଛପର,ଖପର ଘରେ ରହୁଥିବା ଲୋକଙ୍କ ହାଲ ସଂପୁର୍ଣ ଵେହାଲ  ହୋଇଯାଇଛି ।ଲଗାଣ ବର୍ଷା ପ୍ରଭାବରେ ଜାମଦା ବ୍ଲକ ର  ପାସନା ପଂଚାୟତର ଭାଗବେଡା ଗ୍ରାମ  – ସାନକୁଲେଇବିରା ଗ୍ରାମୀଣ ରାସ୍ତାର  ଜାମୁନାଳ ପୋଲ ଉପରେ ପାଣି ବୋହୁଛି ।ରାସ୍ତା ରେ ପିଚୁ ଧୋଇ ଗୋଡ଼ି ଉଠିଗଲାଣି  । ପୋଲ ଉପରେ ପାଣି ଯାଉଥିବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି ।ଏହି ରାସ୍ତା ପଡୋଶୀ ଝାଡ଼ଖଣ୍ଡ କୁ ସଂଲଗନ  କରୁଛି ଏବଂ ଦୁନ୍ଦୁ ଗ୍ରାମ ଦେଇ ବହଳଦାକୁ ରାସ୍ତା  ଉପରେ ୭/୮ ଟି ପଞ୍ଚାୟତର ଲୋକେ ଯିବା ଆସିବା କରିଥାନ୍ତି ।କିନ୍ତୁ ପୋଲ ଉପରେ ପାଣି ରହୁଥିବାରୁ ଯାତାୟତ ପ୍ରଭାବିତ ହୋଇଛି ।  ଲଗାଣ ବର୍ଷାରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଖାଲି ସେତିକି ନୁହେଁ ସବୁଠୁ କ୍ଷତି ହୋଇଛି ଚାଷୀର ।   ଜମିରେ  ପାଣି ରହୁଥିବାରୁ ଧାନତଳି ନଷ୍ଟ ହୋଇଯାଉଛି ।ପନିପରିବା  ଚାଷ ସଂପୁର୍ଣ ନଷ୍ଟ ହୋଇଗଲାଣି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
Shrutilipi ad