ବାରିପଦା : ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଳକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର ଟି ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ଥାରେ ଅଛି। ବିନା ଖୁଣ୍ଟ,ପିଲର ରେ ଗୃହଟି ଅଛି ।ଛାତ ମଧ୍ୟ ଦୁର୍ବଳ ଅଛି । ଛୋଟ ଛୋଟ କୋମଳମତି ଶିଶୁଙ୍କୁ ପାଠପଢ଼ା ଚାଲିଛି । ବିପଦଶଙ୍କୁଳ ଅଙ୍ଗନବାଡି ଗୃହ ନେଇ ଅଭିଭାବକ,ଅଙ୍ଗନବଗଡି ଦିଦି ଓଃ ରୋଷେୟା ଚିନ୍ତିତ । ଏହି ଗୃହର ଛାତ ଦୁର୍ବଳ ଯୋଗୁଁ ବର୍ଷାପାଣି ଗଡୁଛି । ଫଳରେ ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କୁ ସନ୍ତସନ୍ତିଆ ରେ ଯିବା ଆସିବା ଯୋଗୁ ଥଣ୍ଡା ଧରୁଛି । ମାତ୍ର ଏଥି ପ୍ରତି କାହାର ନଜର ନାହିଁ lତେଣୁ ବ୍ଳକ ପ୍ରଶାସନ ତଦନ୍ତ କରି ଶିଘ୍ର ନୂତନ ଗୃହ ହେଉ ଅବା ମରାମତି କରିବା ପାଇଁ ଅଭିଭାବକ ମହଲରୁ ଦାବି ହେଉଛି ।

