Photo for the news of society

ଚାଇଁପୁର ସମବାୟ ସମିତି, ଶେଷରେ ବନ୍ଦ ତାଲା ଭଙ୍ଗାଗଲା

ରାଜ୍ୟ

ଆଗରପଡ଼ା :୩ମାସ ମାସ ଧରି ବନ୍ଦ ପଡ଼ିବା ପରେ ଗୁରୁବାର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ସମବାୟ ସମିତିର ତାଲା ଭଙ୍ଗା ଯାଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଚାଇଁପୁର ସମବାୟ ସମିତିରେ ଗତ ୩ମାସ ଧରି ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କ ମନମାନୀ ଯୋଗୁଁ ଅଚଳାବସ୍ଥା ଲାଗି ରହିଥିଲା । ତେବେ ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ତାଲା ଭଙ୍ଗା ଯାଇଛି । ଗତ ୩ ମାସ ଧରି ସମିତି କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ କୌଣସି କାର୍ଯ୍ୟ ହୋଇପାରୁନଥିଲା । ଫଳରେ ଚାଷୀ ମାନେ ନାହିଁନଥିବା ଅସୁବିଧା ଭୋଗୁଥିଲେ । ଏଥିନେଇ ସମିତି ସଭାପତି ଅଜୟ କୁମାର ନାୟକ ବାଲେଶ୍ୱରସ୍ଥିତ ବିବିସିସି ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା । ପରେ ସମବାୟ ସମିତି ପରିଚାଳନା ପରିଷଦ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏଆରସିଏସ, ଡିଆରସିଏସ, ରାଜ୍ୟ ସମବାୟ ସଚିବ, ସମବାୟ ମନ୍ତ୍ରୀଙ୍କୁ ଡାକ ଯୋଗେ ଅବଗତ କରିଥିଲେ । ତେବେ ଗୁରୁବାର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ତାଲାକୁ ଅତିରିକ୍ତ ତହସିଲଦାର ଓ ବନ୍ତ ଥାନାଧିକାରିଣୀ ମୋନାଲିସା କରଙ୍କ ସହ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଭଙ୍ଗାଯାଇ ସମିତିର ଲେଜର କ୍ଲର୍କ ସୁଶିଲ ଦାସଙ୍କ ଜିମାରେ ଦିଆଯାଇଥିବା ଜଣାପଡିଛି ।

Shrutilipi ad