ବାରିପଦା: ମୟୁରଭଞ୍ଜ ଜିଲ୍ଲା ଵହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ଵାସିଙ୍ଗୀ ଛକରେ ବହୁ ଦୋକାନ,ବାଣିଜ୍ୟ ପ୍ରତିଷ୍ଠାନ,ସ୍କୁଲ,ପଞ୍ଚାୟତ ଅଫିସ୍,ଆରଆଇ ଅଫିସ,ପେଟ୍ରୋଲ ପମ୍ପ,ଦେବାଳୟ,ବ୍ୟାଙ୍କ,ଲ୍ଯାମ୍ପ ଅବସ୍ଥିତ ।ଏଠାରେ ମଧ୍ୟ ଅପରାହ୍ନରେ ଦୈନିକ ସାନ୍ଧ୍ଯକଳୀନ ହାଟ ବସେ । ଏହି ବଜାର ଉପରେ ଆଖପାଖ ୪/୫ ଟି ପଞ୍ଚାୟତ ଲୋକେ ଦୈନିକ ହାଟ ବଜାର କରନ୍ତି । ପ୍ରାୟ କମ ଦାମରେ ସବୁଜ ପରିବା ମିଳୁଥିବାରୁ ପାଖ ସହରରୁ ଲୋକେ ମଧ୍ୟ ଯାଇ ହାଟ କରନ୍ତି । ଵାସିଙ୍ଗୀ ବଜାରଟି ମୁଖ୍ୟ ଛକ ଉପରେ ଅବସ୍ଥିତ ହୋଇଥିବାରୁ ସାଧାରଣ ଲୋକେ ଏହି ସ୍ଥାନକୁ ଆସି କିଏ ଵହଳଦା ଵ୍ଳକ,ତିରିଂ ବ୍ଳକ, ଯାମଦା ଵ୍ଳକ,ରାଇରଙ୍ଗପୁର ସହର ତଥା ବାରିପଦା,କେନ୍ଦୁଝର, ଟାଟା ନଗର ତଥା ଦୂରଦୂରାନ୍ତକୁ ଯିବାପାଇଁ ନିଜର କାମଧନ୍ଦା ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟ,ଡାକ୍ତରଖାନା,କଲେଜକୁ ଯିବା ଆସିବା ପାଇଁ ନିର୍ଭର କରଥାନ୍ତି ।କିନ୍ତୁ ଦୁଃଖର ଵିଷୟ ଏହି ମୁଖ୍ୟ ବଜାରରେ ଏକ ଯାତ୍ରୀବିଶ୍ରାମ ଗୃହ ନାହିଁ । ରାସ୍ତା ପାଖରେ ଗଛଟିଏ ମଧ୍ଯ ନାହିଁ ।ଖରାଦିନେ ଯାତ୍ରୀମାନେ ଢୋ ଢୋ ମୁଣ୍ଡଫଟା ଖରାରେ ଵସକୁ ଅପେକ୍ଷା କରିଥାନ୍ତି ।ବର୍ଷାଦିନେ ନିଜ ଜୀବନକୁ ବାଜି ଲଗାଇ ଵିଜୁଳି,ଘଡଘଡି,ମୂଷଳ ବର୍ଷାରେ ବି ଆଶ୍ରୟ ନ ପାଇ ରାସ୍ତାକଡ ଛକରେ ଅପେକ୍ଷା କରିଥାନ୍ତି ।ବିଶେଷତଃ ରୋଗୀ,ଵୁଢାବୁଢୀ,ମହିଳା ଛୁଆମାନେ ନାହିଁ ନ ଥିବା ହଇରାଣ ହରକତ ହୁଅନ୍ତି ।ଜନପ୍ରତିନିଧିମାନେ ଏବଂ ସରକାରୀ କର୍ମଚାରୀମାନେ କିଛି ନ ଜାଣିବା ପରି ଚୁପଚାପ୍ ରହିଥାନ୍ତି ।ତେଣୁ ବ୍ଳକ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ପଦକ୍ଷେପ ନେଲେ ଯାତ୍ରୀମାନେ ଯାତ୍ରୀ ପ୍ରତିକ୍ଷାଳୟରେ ସୁରକ୍ଷିତ ରହିପାରନ୍ତେ ।ତେଣୁ ପ୍ରଶାସନ ଏକ ଯାତ୍ରୀ ପ୍ରତିକ୍ଷା ରେ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଏବଂ ବୁଦ୍ଧିଜିବୀ ମହଲରେ ଦାଵୀ ହେଉଅଛି ।

