ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଠରେ ଜିଲ୍ଲପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତି ପତିତ୍ୱ ରେ ପୋଲିଙ୍ଗ ବୁଥ ମାନଙ୍କର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି. ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ବୈଠକ ର ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲା ରେ ୧୨୦୦ ରୁ ଉର୍ଦ୍ଧ ମତଦାତା ଥିବା ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ ସହ ଆବଶ୍ୟକ ସ୍ଥଳେ ନୂତନ ବୁଥ ସୃଷ୍ଟି କରିବା ଓ ଗୋଟିଏ ମତଦାନ କେନ୍ଦ୍ର ଗୋଟିଏ ଗ୍ରାମ ପଞ୍ଚାୟତରେ ସୀମିତ କରିବାକୁ ନିର୍ଦେଶ ଦିଆଯାଇଛି I ଏଥିରେ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନେ ବୁଥ ସ୍ତରୀୟ ଅଧିକାରୀ ଓ ସୁପଭାଇଜ଼ର ମାନଙ୍କୁ ସଂଶ୍ଲିଷ୍ଟ କରି ୧୨୦୦ ରୁ ଅଧିକ ମତଦାତା ଥିବା ୨୪୯ ଟି ବୁଥ ର ଯୁକ୍ତିଯୁକ୍ତକରଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ |
ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଓ ଡେପୁଟି କଲେକଟର କ୍ରିସେନସିଆ ତୀର୍କୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ବିଜେପି ଦଳର ଶ୍ରୀ କାନ୍ଦ୍ରା ସୋରେନ, ପ୍ରବୀଣ କୁମାର ପାତ୍ର, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଦଳରୁ ଅଶୋକ କୁମାର ଗିରି, ମୋତି ପ୍ରକାଶ ଦାଶ, ଆମ ଆଦମୀ ପାର୍ଟି ରୁ ଶକର୍ଷଣ ମିଶ୍ର ଓ କମୁନିଷ୍ଟ ପାର୍ଟି, ଇଣ୍ଡିଆ (ଏମ ) ରୁ ଗିରେନ୍ଦ୍ର କୁମାର ଗୋସ୍ୱାମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏବଂ ଉକ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ଅନୁରୋଧ କରାଯାଇଛି।

