Snake 7

ଯାତ୍ରା ମଞ୍ଚରେ ସାପ ଖେଳ, ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ

ରାଜ୍ୟ

ଯାଜପୁର : ଯାତ୍ରା ମଞ୍ଚରେ ସାପ ଖେଳ। ତୁଳସୀ ଗଣନାଟ୍ୟ ମଞ୍ଚରେ ଦେଖିବାକୁ ମିଳିବ ଅଜଗର ସାପ ।  ଏକ ନାଟକରେ ମଞ୍ଚରେ ସାପକୁ ଧରି କଳାକାର ଅଭିନୟ କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ଆଖଡାଶାଳରେ ଚାଲିଥିବା ଫାଇନାଲ ବିଜିଏମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ଯାତ୍ରା ତୁଳସୀ ଗଣନାଟ୍ୟ ଓ ଏହାର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ନେଇ ବିବାଦ ଦେଖା ଦେଇଥିଲା। ଏବେ ପୁଣି ଯାତ୍ରା ମଞ୍ଚରେ ସାପକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହି ଖବର ଜଜଣାପଡିବା ପରେ ବନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

Shrutilipi ad